ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 45 ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ଜିଲ୍ଲା ପରିଷଦ ଅନିତା ରାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଭାରପ୍ରାପ୍ତ ଜିଲ୍ଲାପାଳ ମହେଶ ଚୌଧୁରୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର. ବିଜୟ କୁମାର ମଞ୍ଚାସିନ ଥିଲେ । ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ଓ ପଞ୍ଚାୟତ ସମିତିର ଅଧ୍ୟକ୍ଷମାନେ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ତାଲିକା ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପ କିପରି କରାଯାଉଛି ତାହା ଗୃହକୁ ଅବଗତ କରାନ୍ତୁ ବୋଲି ସଦସ୍ୟମାନେ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଭାଗ ପକ୍ଷରୁ ହେଉଥିବା ପ୍ରକଳ୍ପ ବିଷୟରେ ଜାଣି ନପାରୁ ଥିବାରୁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିଥିଲେ . ବିଭାଗୀୟ ଅଧିକାରୀ ଦୀର୍ଘ 6 ବର୍ଷ ହେଲା ଜିଲ୍ଲାରେ ରହି ଥିବାରୁ ମନମୁଖି କାର୍ଯ୍ୟ ଚଳାଇଛନ୍ତି ତେଣୁ ତୁରନ୍ତ ବଦଳି ପାଇଁ କିଛି ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ । ସେହି ପରି ଅବକାରୀ ବିଭାଗର ଅଧିକାରୀଙ୍କୁ ସଦସ୍ୟ ମାନେ ଜିଲ୍ଲାରେ କେତେ ଗୋଟି ଦେଶୀ ବିଦେଶୀ ଲାଇନସେନ୍ସ ପ୍ରାପ୍ତ ଦୋକାନ ରହିଛି ଓ ଜିଲ୍ଲାରେ ମଦ ର ଅବାଧ ବିକ୍ରି ସମ୍ପର୍କରେ ପ୍ରଶ୍ନ କରିଥିଲେ । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟରେ ମଦ ବିକ୍ରି କରିବାକୁ ଲାଇସେନ୍ସ ପ୍ରଦାନ କିପରି କରା ଯାଉଛି । ବିଭାଗୀୟ କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଉଛନ୍ତି ନା ନାହିଁ ସଦସ୍ୟମାନେ ଗୃହରେ ପ୍ରଶ୍ନ କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦାରଖ କରନ୍ତୁ ଏହିପରି ଶିକ୍ଷାନୁଷ୍ଠାନ ନିକଟରେ ମଦ ବିକ୍ରି କିପରି ଚାଲିଛି । ଯାହା ଫଳରେ ଛୋଟ ଛୋଟ ପିଲାଙ୍କ ଉପରେ କୁପ୍ରଭାଵ ପଡିବ । ବିଭାଗୀୟ କର୍ତ୍ତୃପକ୍ଷ ତଦାରଖ କରନ୍ତୁ ବୋଲି ସଦସ୍ୟ ମାନେ ଗୃହରେ ଜଣାଇଥିଲେ ।
କୃଷି ବିଭାଗ ତରଫରୁ ଧାନ ଚାଷ ସକାଶେ ଦିଆ ଯାଇଥିବା ବିହନ ନିମ୍ନ ମାନର ବୋଲି ଅଭିଯୋଗ କରିଥିଲେ । ଯାହା ଫଳରେ ଧାନ ଉତ୍ପାଦନ କମି ଯାଇ ଥିବାରୁ ଚାଷି କ୍ଷତି ସହିଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦାରଖ କରନ୍ତୁ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ । ରବି ୠତୁରେ ଚାଷିଙ୍କୁ ଦିଆ ଯାଇଥିବା ମୁଗ, ବିରି, ଚିନାବାଦାମ, ସୂର୍ଯ୍ୟମୁଖୀ ଫୁଲ ବିହନ ବଣ୍ଟନ କରାଯାଇଛି । ତାହାର ତାଲିକା ଗୃହରେ ଉପସ୍ଥାପନ କରନ୍ତୁ ଓ ବଣ୍ଟନ ବେଳେ ଜନ ପ୍ରତିନିଧିମାନଙ୍କୁ ଅବଗତ କରାଉ ନଥିବା ରୁ ଚାଷି ଠିକ ଜାଗାରେ କେଉଁ ବିହନ ଦରକାର ତାହା ପାଇ ପାରୁନାହାଁନ୍ତି । ବିହନ ନେଇଥିବା ଚାଷି ପକାଇ ନାହାଁନ୍ତି ଏହାର ତଦାରଖ କରନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ବଳରାମ ଯୋଜନା ଉପରେ ଗୃହରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ କେତେ ଗୋଟି ଫଟିଲାଇଜର ଲାଇସେନ୍ସ ପ୍ରଦାନ କରା ଯାଇଛି ଗୃହକୁ ଅବଗତ କରାନ୍ତୁ।ଫଟିଲାଇଜର ବିକ୍ରି କରୁଥିବା ଦୋକାନ ଗୁଡିକ କଳା ବଜାରୀ ହେଉଥିବା ଅଭିଯୋଗ କରିଥିଲେ।ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲାରେ କେତେ ଗୋଟି ସ୍କୁଲ ବନ୍ଦରହିଛି,କେତେ ଗୋଟି ସ୍କୁଲ ଚାଲିବ ତାର ତଥ୍ୟ ଉପସ୍ଥାପନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ କରି ଥିଲେ ।ଶିକ୍ଷକ ମାନଙ୍କର ବଦଳି ନେଇ ସଦସ୍ୟ ମାନେଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଦୀର୍ଘ ଦିନ ହେଲା ଶିକ୍ଷକମାନଙ୍କର ବଦଳି ହେଉନଥିବା ପ୍ରଶ୍ନ କରି ଥିଲେ। ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କ ଧାନ ନେବା ସକାଶେ କେତେ ଟାର୍ଗେଟ ରହିଛି ଯେଉଁ ଚାଷୀମାନେ ଧାନ ଦେଇ ପାରି ନାହାନ୍ତି ସେମାନଙ୍କୁ ଟୋକେନ୍ କେବେ ମିଳିବ ଚାଷୀଙ୍କ ଧାନ ଯଥାଶୀଘ୍ର କିଣା ଯାଇ ଚାଷୀଙ୍କୁ ସହଯୋଗ କରାଯାଉ ବୋଲି ସଦସ୍ୟମାନେ ଗୃହରେ ଜାଣଇ ଥିଲେ। ମିଲର ମାନେ ଚାଷୀଙ୍କୁ ଅଖା ପଇସା ଦେଉ ନ ଥିବା ପରିବହନ ପଇସା ଦେଉ ନ ଥିବା କ୍ୟୁଣ୍ଟାଲ ପିଛା କେଜିରୁ ଦୁଇକେଜି କାଟୁଥିବା ସଦସ୍ୟମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷ ଏହାର ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ।ଏବଂ ଯୋଗାଣ ଅଧିକାରୀ ଉପସ୍ଥିତ ନ ରହି ସହକାରୀଯୋଗାଣ ଅଧିକାରୀ ଉପସ୍ଥିତିକୁ ଗୃହରେ କ୍ଷୋଭ ପ୍ରକାଶ ପାଇଥିଲା। ଜଳ ଓ ପରିମଳ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇ ଥିବା ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଗୁଡିକ ତୁରନ୍ତ ପରି ସମାପ୍ତି କରିବା ସକାଶେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ସଦସ୍ୟ ମାନେ ଅବଗତ କରାଇଥିଲେ।ସେହି ପରି ଉଠା ଜଳସେଚନ ବିଭାଗୀୟ ଅଧିକାରୀ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିବା ରୁ କଣ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ବିଭାଗ ପକ୍ଷରୁ ତାର ଚିଠା ଗୃହରେ ସଦସ୍ୟ ମାନଙ୍କୁ ପ୍ରଦାନ କରନ୍ତୁ ବୋଲି କହିଥିଲେ।ସେହି ଭଳି ଉଦ୍ୟାନ ବିଭାଗ ପକ୍ଷରୁ ସରକାରଙ୍କ ପକ୍ଷରୁ କଣ କଣ ଯୋଜନା ଚାଲିଛି ବିଭାଗୀୟ କର୍ତ୍ତୃପକ୍ଷ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ।ସଦସ୍ୟ ମାନେ ବିଭାଗ ତରଫରୁ ଲିଚୁ,ଆମ୍ବ ଓ କଦଳୀ ଲଗାଇ ଥିବା ଚାଷୀଙ୍କୁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଚାଷୀ ଙ୍କୁ ଲେବର ପେମେଣ୍ଟ ହେଉନଥିବା ଅଭିଯୋଗ କରିଥିଲେ। ବିଭାଗ ପକ୍ଷରୁ ଦୁର୍ନୀତି ହେଉଥିବା ମଧ୍ୟ ଅଭିଯୋଗ କରିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚାଲି ଥିବା ଫାର୍ମପଣ୍ଡ, ଲାଇବଲିହୁଡ ପ୍ରୋଜେକ୍ଟ ଉପରେ ଗୃହରେ ଉପ ସ୍ଥାପନ କରିଥିଲେ ଓ ମାଆ କୂରେଇସିନୀ ୱାଟରସେଡ ଉପରେ କିଛି ସଦସ୍ୟ ପ୍ରଶ୍ନ କରି ଥିଲେ।ତାର ଅନୁଦାନ ଅଛି ନା ସରିଗଲା ତା ଉପରେ ସଦସ୍ୟମାନେ ପ୍ରଶ୍ନ କରିଥିଲେ।ପରେ ସେରି କଲଚର ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ କାଶୀ ନଗର ବ୍ଳକରେ ହୋଇ ଥିବା ଦୁର୍ନୀତି ବିଷୟରେ ପ୍ରଶ୍ନ କରାଯାଇଥିଲା। ବିଭାଗୀୟ କର୍ତ୍ତୃପକ୍ଷ ତଦାରଖ କରାଯାଇ କଣ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ।
ବିଦ୍ୟୁତ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ଗୁଡିକ ଓ ଯେଉଁ ଜାଗାରେ ବିଦ୍ୟୁତ ପହଞ୍ଚି ପାରିନି ଓ ଯେଉଁ ଠାରେ ସମସ୍ୟା ରହିଛି ତାର ତୁରନ୍ତ ସମାଧାନ ପାଇଁ ସଦସ୍ୟମାନେ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ। ସାମାଜିକ ସୁରକ୍ଷା ପକ୍ଷରୁ ବିଭିନ୍ନ ପେନସନ ଯୋଜନା ଉପରେ ଗୃହରେ ଅବଗତ କରାଇଥିଲେ। ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ କରାଇବା ସହ ଲିପ୍ ଲେଟ ବଣ୍ଟନ କରିଥିଲେ ଓ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରରୁ ବାହାରୁ ଥିବା କୁକୁଡ଼ା ଚିଆଁ ବଣ୍ଟନ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଜାଣଇଥିଲେ। ଦୀର୍ଘ 10 ବର୍ଷ ହେଲା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ପାରି ନଥିଲା ବର୍ତ୍ତମାନ ଏହା କାର୍ଯ୍ୟକ୍ଷମ ହୋଇପାରିଛି ବୋଲି ଗୃହକୁ ଜଣାଇ ଥିଲେ।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ପ୍ରକଳ୍ପ ଗୁଡିକ ତୁରନ୍ତ ପରିସମାପ୍ତି ଓ ନୂତନ ପ୍ରକଳ୍ପ ଉପରେ ବିଭାଗୀୟ କର୍ତ୍ତୃପକ୍ଷ ଅବଗତ କରାଇଥିଲେ। ରାସ୍ତା କୋଠା ବାଡ଼ି ବିଭାଗ ପକ୍ଷରୁ ଚାଲି ଥିବା ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ଉପରେ ଅବଗତ କରାଇଥିଲେ।କିଛି ପ୍ରକଳ୍ପ ଗୁଡିକ ତ୍ୱରାନ୍ୱିତ ହେଉ।ଥିବାରୁ ଗୃହରେ ଅସନ୍ତୋଷ ଦେଖା ଦେଇ ଥିଲା। ସମାଜ କଲ୍ୟାଣ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀ କି କି ଯୋଜନା ଚାଲିଛି ତାହା ଅବଗତ କରାଇଥିଲେ। ଓ ବିଭାଗୀୟ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ମାନଙ୍କୁ ସ୍ବେଟର, ମୋଜା, ବୁଟ ଦିଆଯାଇ ଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରି ଥିଲେ।ଦୁର୍ଗମ ଅଞ୍ଚଳ ଗୁଡିକରେ ପିଲା ସ୍ବେଟର ମୋଜା ବୁଟ ପାଇ ନ ଥିବା ଅଭିଯୋଗ ହୋଇ ଥିଲା ଏହାର ତଦାରଖ କରି ଯେପରି ସମସ୍ତେ ପାଇ ପାରିବେ ତା ଉପରେ ପଦକ୍ଷେପ ନିଆ ଯାଉ ବୋଲି ପ୍ରକାଶ ପାଇଥିଲା।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ଅଭାବ ଥିବା ଡାକ୍ତର ଓ ବର୍ତ୍ତମାନ ଘଟଣା ଘଟିଥିବା ମୃତଦେହକୁ ବାଇକରେ ନେବା ମହାପ୍ରୟାଣ ଗାଡି ଯୋଗାଇ ନ ଦେବା ମାନବିକତା ହଜି ଯାଇଛି କି ବୋଲି ପ୍ରଶ୍ନକରିଥିଲେ ଏହାର ଉତ୍ତରରେ ଜିଲ୍ଲା ରେ ତିନି ଗୋଟି ମହା ପ୍ରୟାଣ ଗାଡ଼ି ରହିଅଛି। ବିପିଏଲ ପରିବାର ଙ୍କୁ ମୁକ୍ତରେ ବିନା ସୁଲକରେ ଯୋଗାଇ ଦିଆଯାଉଛି ବୋଲି କହିଥିଲେ।ଏହି ବୈଠକରେ ମତ୍ସ୍ୟ ବିଭାଗ,ଆଞ୍ଚଳିକ ପରି ବହନ ବିଭାଗ, ଜିଲ୍ଲା ଶିଳ୍ପ ବିଭାଗ ଏହିପରି ବହୁ ବିଭାଗ ଉପରେ ଆଲୋଚନା ହୋଇପାରି ନଥିଲା। ସନ୍ଧ୍ୟା 8 ଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିବାର ଦେଖିବାକୁ ମିଳିଥିଲା।ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଉପସ୍ଥିତ ନ ଥିବାରୁ ତାଙ୍କ ପ୍ରତିନିଧି ଭାବେ ବସନ୍ତ ଦାସ ଉପସ୍ଥିତ ଥିଲେ।