୧୩ତମ ଦିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ପଞ୍ଚାୟତର ଦିଶା ମିନି ଷ୍ଟାଡିୟମ ଠାରେ ଦିଶା ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି . ଗତ ୨୨ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଚଳିତ ବର୍ଷ ଆଠ ଗୋଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ରାଇଜିଂ ଷ୍ଟାର କୁମାର ବସ୍ତ ଓ ପତିତପାବନ ୟୁଥ୍ କ୍ଲବ ଅଟ୍ରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା . ଏଥିରେ ରାଇଜିଂଷ୍ଟାର କୁମାର ବସ୍ତ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଧାରିତ ୨୦ ଓଭରରେ ୧୩୮ରନ ସଂଗ୍ରହ କରିଥିଲା ପରେ ପତିତପାବନ ୟୁଥ୍ କ୍ଲବ ଅଟ୍ରି ୧୩୯ରନର ବିଜୟ ଲକ୍ଷ୍ୟ ରଖି ୧୬ ଓଭର ୪ଟି ବଲରେ୪ଟି ଉ୍ଇକେଟ ହରାଇ ୧୪୦ରନ କରି ବିଜୟ ହାସଲ କରିଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଦିଶା କ୍ଲବର ସଭାପତି ବିଶ୍ୱନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ବାଙ୍କୀ ବିଧାୟକ ଦେବୀରଞନ ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବୈଦେଶ୍ୱର ସରପଞ୍ଚ ଉର୍ମିଳା ସାହୁ ସମିତି ସଭ୍ୟା ସୁଲୋଚନା ରଣା, ପୂର୍ବତନ ସରପଞ୍ଚ ସୁରଞନ ପଣ୍ଡା, ପୂର୍ବତନ ସମିତି ସଭ୍ୟ ମହେଶ୍ୱର ରଣା, ସମାଜସେବୀ ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟ ସୁନ୍ଦର ଦାସ ଓ ଚିତ୍ତରଞ୍ଜନ ପଣ୍ଡା ଖେଳକୁ ପରିଚାଳନା କରିଥିଲେ । ପ୍ରଶାନ୍ତ କୁମାର ପଲେଇ ଓ ଶିକ୍ଷକ ପ୍ରେମାନନ୍ଦ ବେହେରା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

ଦିଶା କ୍ଲବର ସମ୍ପାଦକ ଡଃ.ସୁବିତ୍ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ଦିଶା ମିନି ଷ୍ଟାଡିୟମକୁ ଆଲୋକିକରଣ କରିବା ପାଇଁ ବିଧାୟକ ଙ୍କ ପାଖରେ ଦାବି ରଖିଥିଲେ । ସର୍ବ ଶେଷରେ ମୁଖ୍ୟ ଅତିଥି ଦେବୀରଞନ ତ୍ରିପାଠୀ ଉଭୟ ଦଳର ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜେତା ଦଳକୁ ୧୫ ହଜାର ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ ଓ ରନର୍ସ ଅପ ଦଳକୁ ୧୦ହଜାର ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ପରେ ବିଧାୟକ ଦିଶା କ୍ଲବ ର ପତାକା କୁ ଅବତରଣ କରି ସଭାପତି ଙ୍କ ହାତକୁ ଦେଇ କାର୍ଯ୍ୟକ୍ରମ ସମାପନ କରିଥିଲେ ।

Leave a Reply

Your email address will not be published. Required fields are marked *