ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଦୀର୍ଘ ଦିନରୁ ଲାଗି ରହିଥିଲା ପାନୀୟ ଜଳର ସମସ୍ୟା . ବାରମ୍ବାର ଅଭିଯୋଗ କରି ସୁଦ୍ଧା ଶୁଣୁନଥିଲେ ବିଭାଗୀୟ ଅଧିକାରୀ . ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗାଁ ଗ୍ରାମପଞ୍ଚାୟତ ର ଗୋଡିଆଳି ଗ୍ରାମ ସ୍କୁଲ ନିକଟରେ ଥିବା ନଳକୂପ ଟି ଦିର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ି ରହିଥିଲା ଯାହା କି ସେଠାରେ ଥିବା ପଚାଶ ଟି ପରିବାର ଓ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ମାନେ ଶେଷରେ ସମସ୍ୟା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇବା ପରେ ପାନୀୟ ଜଳ ସମସ୍ୟା ନେଇ ଖବର ପ୍ରସାରଣ ହୋଇଥିଲା . ଗତ ୨୦ ତାରିଖରେ ଖବର ପ୍ରସାରଣ ପରେ RWSS ସେକ୍ସନ ରୁ କର୍ମଚାରୀ ମାନେ ଆସି ନଳକୂପର ତୁରନ୍ତ ମରାମତି କରିଥିଲେ . ଯାହାକି ସେଠାରେ ଚଳୁଥିବା ବାସିନ୍ଦା ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟବହାର ରେ ଲାଗି ପାରୁଛି । ସମସ୍ୟାର ସମାଧାନ ପରେ ସ୍ଥାନୀୟ ଲୋକେ ଓ ପୂର୍ବତନ ସମିତି ସଭ୍ୟ ତପନ କୁମାର ପ୍ରଧାନ ସମ୍ପୃକ୍ତ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଖବର ପ୍ରସାରଣ ପରେ ସୁଧୁରିଲା ସମସ୍ୟା !!

