ମାଘ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ସଦଭାବନା ଗୃହ ମଧ୍ୟରେ ମାଘ ପୂର୍ଣ୍ଣିମା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜୋରନ୍ଦା ମହିମାଗାଦି ରେ ଚଳିତ ବର୍ଷ କିଭଳି ଭାବେ କୋଭିଡ ନିୟମ ଅନୁଯାୟୀ ମାଘ ପୂର୍ଣ୍ଣିମା ପାଳିତ ହେବ ସେଥିପାଇଁ ଆଲୋଚନା ହୋଇଥିଲା । କଟକଣାକୁ ଦୃଷ୍ଟିରେ ରଖି ମାଘ ପୂର୍ଣ୍ଣିମା ଯାତ୍ରା କେବଳ ତିନି ଦିନ ପାଳିତ ହେବ । ପୂର୍ବ ବର୍ଷମାନଙ୍କ ପରି ମେଳା, ଦୋକାନ ବଜାର କିମ୍ବା ଯାତ୍ରା ବା ଗଣନାଟ୍ୟ କିଛି ବି ପଡିବ ନାହିଁ ।

25 ତାରିଖ ଠାରୁ 27 ତାରିଖ ପର୍ଯ୍ୟନ୍ତ ଏହି ମାଘମେଳା ପାଳିତ ହେବ । କୋଭିଡ ନିୟମ ଅନୁସାରେ ଅନେକ କଟକଣା ମାନ ମଧ୍ୟ ପାଳନ କରାଯିବ । ବାହାର ପର୍ଯ୍ୟଟକ ମାନଙ୍କୁ ମେଳା ବୁଲିବାକୁ ଅନୁମତି ମିଳିବ ନାହିଁ ,କୋଭିଡ ରିପୋର୍ଟ ନଥିଲେ ବାହାରୁ ଆସୁଥିବା ମହିମା ଦୀକ୍ଷାଧରି ବାବାଙ୍କୁ ଜୋରନ୍ଦା ଗାଦି ମଧ୍ୟକୁ ପ୍ରବେଶ କରିବାକୁ ସୁଯୋଗ ମିଳିପାରିବ ନାହିଁ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।ମାଘ ପୂର୍ଣ୍ଣିମା ସମୟରେ କିଭଳି ଭାବେ ଜୋରନ୍ଦା ଗାଦିକୁ ନିରନ୍ତର ଜଳ ଓ ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସେଥିପାଇଁ ବିଭାଗ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଆଜିର ଏହି ପ୍ରସ୍ତୁତି ବୈଠକରେ ଢେଙ୍କାନାଳ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା, ADM ଶଶାଙ୍କ ଶେଖର ଦାଶ, ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା ସମେତ ଅନେକ ପଦାଧିକାରୀ ଉପସ୍ଥିତ ରହିବା ସହ ମହିମାଧରି ସନ୍ୟାସୀ ଗଣ, ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *