କୋଇଲା ଲୁଟ ଘଟଣା ଥିଲା ପ୍ରାୟୋଜିତ : ଡ୍ରାଇଭର ସମେତ ୩ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଠାରେ ହୋଇଥିବା କୋଇଲା ଲୁଟ ଘଟଣା ର ପର୍ଦ୍ଦାଫାଶ କରିଛି ସୁକିନ୍ଦା ପୋଲିସ , ଏହା ଲୁଟ ଥିଲା ସଂପୂର୍ଣ୍ଣ ପ୍ରାୟୋଜିତ . ନିଜେ ଗାଡିର ଡ୍ରାଇଭର କୋଇଲାକୁ ଇଟା ଭାଟିରେ ବିକ୍ରି କରି ଲୁଟ ର ନାଟକ କରିଥିଲା . ତଦନ୍ତ ପରେ ଡ୍ରାଇଭର ର କଳା କାରନାମା ର ପର୍ଦ୍ଦାଫାଶ କରିଛି ପୁଲିସ . ଘଟଣାରେ ଉକ୍ତ ଗାଡି od 19 m 3966 ର ଡ୍ରାଇଭର ସମେତ ତିନି ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି , ସୂଚନା ଅନୁଯାୟୀ ଡ୍ରାଇଭର ଅନୀଲ ମହାପାତ୍ର ନିଜ ଗାଡିରେ ବୋଝେଇ ହୋଇଥିବା କୋଇଲା କୁ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ର ଏକ ଇଟା ଭାଟି ରେ ବିକ୍ରି କରିଦେଇ ସାରି ଏହା କୁ ସୁକିନ୍ଦା ଅଂଚଳରେ ଦୁର୍ବୁତ୍ତ ମାନେ ଲୁଟି ନେଇଛନ୍ତି ବୋଲି ଏକ କାହାଣୀ ରଚନା କରିଥିଲେ , ପରେ ଅଭିଯୋଗ କୁ ଭିକ୍ତି କରି ସୁକିନ୍ଦା ପୋଲିସ ତଦନ୍ତ ଚଳେଇଥିବା ବେଳେ ଭୁବନ ପୋଲିସ ସହାୟତା ରେ ଏହି କୋଇଲା ଲୁଟ ଘଟଣା ରେ ସମ୍ପୃକ୍ତ ଭୁବନ ଥାନା ଅନ୍ତର୍ଗତ ସରୋଜ ବେହେରା ଏବଂ ମୋହନ ଚନ୍ଦ୍ର ସାହୁ ଙ୍କୁ ଗିରଫ କରିଥିବା ବେଳେ ଲୁଟ ହୋଇଥିବା ଗୋଟିଏ ଟ୍ରିପ କୋଇଲା କୁ ମଧ୍ୟ ଜବତ କରିଛି ପୋଲିସ , ଏହି ଘଟଣା ରେ ସମୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ଦେଇଛି ପୋଲିସ .

Leave a Reply

Your email address will not be published. Required fields are marked *