ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରୋନା ଟୀକା ପ୍ରଦାନ କରାଯାଇଛି । ଟୀକା ଦାନ ସମୟରେ ନିଜେ ଉପ-ଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଟୀକା ଗ୍ରହଣ କରିବା ସହ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ମଧ୍ୟ କୋଭାକସିନ ଟୀକା ନେଇଥିଲେ । ଏଥି ସଙ୍ଗେ ସଙ୍ଗେ କାମାକ୍ଷାନଗର ପୋଲିସର କର୍ମଚାରୀ ମଧ୍ୟ ଟୀକା ନେଇଥିଲେ । କାମାକ୍ଷାନଗର ଥାନାର ଅଧିକାରୀ ଅଭିନବ ଦଳୁଆ ନିଜେ ଟୀକା ନେବାସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଟୀକା ନେଇଥିଲେ । ଟୀକା ନେବାପରେ କାହା ଠାରେ ମଧ୍ୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ ବୋଲି ଉପଜିଲାପାଳ କହିଛନ୍ତି ।