ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ସଭା ଅନୁଷ୍ଠିତ ହୋଇଯାଇଛି । ଜୟକୃଷ୍ଣ ମହାରଣାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ, ସି.ଆର.ସି.ସି. ଟି.କ୍ରିଷ୍ଣ। ରାଓ, ମନିଟେରଂଗ ଟିମ ସଦସ୍ୟ ଡ଼.ନବ କୁମାର ପଟ୍ଟନାୟକ, ବରିଷ୍ଠ ଶିକ୍ଷକ ହରିହର ଦାଶ ଯୋଗ ଦେଇଥିଲେ । ଜଗନ୍ନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାରେ ଦଶମ ଶ୍ରେଣୀ ଛାତ୍ର ଙ୍କ ଶହେ ଦିନିଆ ଶିକ୍ଷାଦାନ ପାଠ୍ୟକ୍ରମ, ପରୀକ୍ଷା ଦର୍ପଣ, ମୋ ସ୍କୁଲ ଅଭିଯାନ, କୋଭିଡ଼ 19 ଓ ସ୍ୱାସ୍ଥ୍ୟ ରକ୍ଷା ତଥା ସଚେତନତା ସଂପର୍କରେ ଆଲୋଚନା ହୋଇଥିଲା . ଶତାଧିକ ଅଭିଭାବକ ଉକ୍ତ ସଭାରେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ଆଗାମୀ ବୋର୍ଡ ପରୀକ୍ଷା କୁ ଦୃଷ୍ଟିରେ ରଖି ଦୈନିକ ପରୀକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗ୍ରୁପ ଗଠନ ଓ ଛାତ୍ରଙ୍କ ପାଠ ପଢା ସଂପର୍କରେ ବୁଝିବା ପାଇଁ ଛାତ୍ରଙ୍କ ଗୃହ ଭ୍ରମଣରେ ଯିବା ବ୍ୟବସ୍ଥା କରାଯାଇଥିବା ପ୍ରଧାନ ଶିକ୍ଷକ ଡ଼. ଦାଶ ପ୍ରକାଶ କରିଥିଲେ । ଚାପ ମୁକ୍ତ ହୋଇ ପରିକ୍ଷାର୍ଥୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହ ବିଦ୍ୟାଳୟର ଉନ୍ନତିରେ ଅଭିଭାବକ ଗଣ ସାମିଲ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଆହ୍ୱାନ ଦେଇଥିଲେ ।