କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବଳଦେବଜୀଉ ମନ୍ଦିର ନିକଟରେ ଥିବା ମା ବାରଙ୍ଗେଇ ଠାକୁରାଣୀ ଙ୍କ ପୀଠରେ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ ମହାଆଡମ୍ବରରେ ପାଳନ କରାଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଆଦରଣୀୟ ଶିକ୍ଷକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ଭଗବାନଙ୍କ ପାଖରେ ନିରବ ପ୍ରାଥନା କରାଯାଇଥିଲା । ସତରେ କାଲି ଦିନରେ ବାରଙ୍ଗେଇ ଠାକୁରାଣୀ ପୀଠରେ କଟାଇ ଥିବା ସମୟ କେତେ ଆନନ୍ଦଦାୟକ ଥିଲା ଯେଉଁଟାକି କେବେ ଭାଷା ରେ ବର୍ଣ୍ଣନା କରିହେବ ନାହିଁ ବୋଲି କହିଥିଲେ ପୂର୍ବତନ ଛାତ୍ର ଛାତ୍ରୀ । ଦୀର୍ଘ ଚାଳିଶ ବର୍ଷ ପରେ ସାଙ୍ଗ ମାନଙ୍କ ଗହଣ, ଅନେକ ପୁରୁଣା ସ୍ମୃତିକୁ ମନେ ପକେଇ ଦେଇଥିଲା । ପୁନର୍ବାର ଏକାଠି ଏବଂ ସମସ୍ତେ ସମସ୍ତଙ୍କ ସହ ସମ୍ପର୍କ ରଖିବୁ , ଏହି ପ୍ରତିଶ୍ରୁତି ଦେଇ ସମସ୍ତେ ବିଦାୟ ନେଇଥିଲେ । କିଛି ସାଙ୍ଗ ମାନଙ୍କ ଚକ୍ଷୁରେ ଲୋତକ ଆସିଥିଲେ ମଧ୍ୟ ତାକୁ ଅନ୍ତରରେ ଚାପି ଦୁଃଖର ସହ ବିଦାୟ ନେଇଥିଲେ । କିଛି ବନ୍ଧୁମାନେ କାର୍ଯ ବ୍ୟସ୍ତତା ହେତୁ ଆସିପାରିଲେ ନାହିଁ । ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ କାହ୍ନୁ ଚରଣ ନାୟକ , ଗଗନ ବିହାରୀ ମିଶ୍ର , ନରହରି ନାୟକ , ବଳଦେବ ପ୍ରସାଦ ଜେନା ଏବଂ ଅନ୍ୟ ସମସ୍ତ ବନ୍ଧୁ ମାନେ ସହଯୋଗ କରିଥିଲେ ।