ଦ୍ବୈତ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ” ଗଣେଶ ମହୋତ୍ସବ ‘ ଉଦଯାପିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଭାଇଚାରା ପାଇଁ କଟକ ସହର ସବୁବେଳେ ଅନ୍ୟ ଅପେକ୍ଷା ଦୁଇ କଦମ ଆଗରେ ! କଥାରେ ଅଛି କଟକ ଓ ଭୁବନଶ୍ବର ରେ ହୋଇଥିବା କାର୍ଯ୍ଯ ଓ ତାର ଶୈଳୀକୁ ସବୁ ଅଞ୍ଚଳବାସୀ ଅନୁସରଣ କରନ୍ତି । କଟକ ଭୁବନେଶ୍ବର ଦ୍ବୈତ ନଗରୀ ଗଣେଶ ପୂଜା କମିଟି ପକ୍ଷରୁ ” ଗଣେଶ ମହୋତ୍ସବ ” ଆୟୋଜିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମରେ ଜାତି, ଧର୍ମ ଓ ଦଳ ନିର୍ବିଶେଷରେ ସବୁ ସାହିର ପୂଜା କମିଟି, ମସଜିଦ କମିଟି ଓ ଚର୍ଚ୍ଚ କମିଟିର ସଦସ୍ୟ ମାନଙ୍କୁ ସମ୍ମାନୀତ କରାଯିବା ସହିତ ଭାଇଚାରାର ଏକ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଉଦଯାପନ ଉତ୍ସବରେ ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଓଡ଼ିଶାର ଅଗ୍ରଣୀ ଦୈନିକ ଖବରକାଗଜ ସମ୍ବାଦ ଓ କନକ ଟିଭିର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ , ଜୀବନବିନ୍ଦୁ କାର୍ଯ୍ୟକ୍ରମର ରଞ୍ଜନ ବିଶ୍ଵାଳ, ମେୟର ସୁବାଷ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆୟୋଜକ ତଥା କଟକ ଭୁବନେଶ୍ବର ଦ୍ବୈତ ନଗରୀ ଗଣେଶ ପୂଜା କମିଟିର ସଭାପତି ସରୋଜ ସିଂ ପରିଚାଳନା କରିଥଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ବିଭିନ୍ନ ପୂଜା ମଣ୍ଡପ, ମସଜିଦ ଓ ଚର୍ଚ୍ଚ କମିଟିର ସଭାପତି, ସମ୍ପାଦକ ତଥା ବହୁ ସାମାଜିକ ସଂଗଠନକୁ ସମ୍ମାନୀତ କରିବା ସହିତ, ଭାଇଚାରାର ପ୍ରଚାର ଓ ପ୍ରସାର କରିବେ ବୋଲି ଶପଥ ନିଆ ଯାଇଛି ।

Leave a Reply

Your email address will not be published. Required fields are marked *