ଡ୍ରେନ ନିର୍ମାଣ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପତ୍ର ପ୍ରଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବୋଲିବୋ ପଞ୍ଚାୟତର ବହାଳିଦାଣ୍ଡି ନିକଟରେ ନିର୍ମାଣ ହେଉଥିବା ଡ୍ରେନ କୁ ନେଇ ଜନ ଅସନ୍ତୋଷ ଦେଖାଯିବା ସହ ଏହାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଅଂଚଳ ବାସିନ୍ଦା ଜିଲ୍ଲାପାଳଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଡ୍ରେନ ହେଉଥିବା ଅଞ୍ଚଳଟି ଖଇର ବହାଳି ଦଣ୍ଡିର ଗୋଚର ଜାଗା ହୋଇଥିବାରୁ ସେଠାରେ ପାହାଡ଼ ରୁ ବର୍ଷା ଜଳ ଆସିବ ଦ୍ୱାରା ଲୋକମାନେ କୃଷି କାର୍ଯ୍ୟ କରିବାରେ ସକ୍ଷମ ହେଉଥିଲେ, କିନ୍ତୁ ଡ୍ରେନ ଟି ଖୋଳା ହେବା ଦ୍ୱାରା ପାହାଡ଼ରୁ ପାଣି ଆସି ଏହି ବନ୍ଧ ମଧ୍ୟକୁ ଚାଲିଯିବ, ଯାହାକି ଲୋକମାନେ ଚାଷକାର୍ଯ୍ୟ କରିବାରେ ଅନେକ ଅସୁବିଧାର ସମ୍ମୁଖିନ ହେବେ ।

ଅନ୍ୟ ଏକ ପ୍ରମୁଖ କାରଣ ଏହା ଯେ ଗ୍ରାମୀଣ ଅଂଚଳ ମାନଙ୍କରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଲୋକମାନଙ୍କୁ 100 ଦିନର କାର୍ଯ୍ୟ ଯୋଗାଇଦେବା ପାଇଁ ସରକାର ବିଭିନ୍ନ କାର୍ଯ୍ୟମାନ କରାଇଥାନ୍ତି ,କିନ୍ତୁ ବାଲିବୋ ପଂଚାୟତର ସରପଞ୍ଚଙ୍କର ମନମୁଖୀ କାର୍ଯ୍ୟ ଦ୍ୱାରା ଏସମସ୍ତ କାର୍ଯ୍ୟ ସେ JCB ଦ୍ୱାରା କରାଉଛନ୍ତି, ଯାହା ଦ୍ୱାରା କି ଲୋକମାନେ କର୍ମ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏସବୁ ଦିଗ ପ୍ରତି ଜିଲ୍ଲାପାଳ ମହୋଦୟ ଧ୍ୟାନ ଦେଇ ଏହି ବନ୍ଧ ନିର୍ମାଣକୁ ବନ୍ଦ କରାଇଲେ ବାଲିବୋ ଅଂଚଳ ବାସୀ ଉପକୃତ ହେବେ ବୋଲି ଆଶା ରଖି ଏକ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ତେବେ ଦେଖିବାର ଅଛି କି ଯେ ଲୋକଙ୍କର ମତ ସହ ପ୍ରଶାସନ କେତେ ସହମତ !!!

Leave a Reply

Your email address will not be published. Required fields are marked *