ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ନିକଟସ୍ଥ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଆଜି ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି, ଅତିରିକ୍ତ ଶିକ୍ଷା ଅଧିକାରୀ ଶାନ୍ତିଲତା ଦେଇ ଓ ଗୋପାଳ ବେହେରା, ଜିଲ୍ଲା ଶିକ୍ଷକ ସଂଘ ସଭାପତି ଜ୍ୟୋତି ରଞ୍ଜନ ଦାଶ, ଶିକ୍ଷୟତ୍ରୀ ନମିତା ମିଶ୍ର, ଶର୍ମିଷ୍ଠା ଦାସ, ପୂର୍ବତନ କାଉନସିଲର ସୁଧାକର ପ୍ରଧାନ, ମୋ ସ୍କୁଲ ଆଲୁମିନି କମିଟି ସଭାପତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଅଭିଭାବକ ମାନଙ୍କ ସହ ଉପସ୍ଥିତ ଥିଲେ । କୋଭିଡ ସମୟରେ ଶିଶୁ ମାନଙ୍କର ଶାରୀରିକ ଯତ୍ନ ସହ ପାଠପଢା ର କିଭଳି ଯତ୍ନ ନିଆଯାଇ ପାରିବ ସେଥି ପାଇଁଁ ସଚେତନ କରାଇଥିଲେ । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ ସହ ଜୋତା ଓ ମୋଜା ବଣ୍ଟା ଯାଇଥିଲା ।