ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ବାଙ୍କୀ ଏନଏସି ପକ୍ଷରୁ ଆୟୋଜିତ ବଡାଖାନା କୁ ବର୍ଜନ କଲେ କାର୍ଯ୍ୟରତ ୬୩ ଜଣ ସଫେଇ କର୍ମଚାରୀ. ସୂଚନା ମୁତାବକ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟକ ବର୍ଷ ଭଳି ଏହି ଚଳିତ ବର୍ଷ ମଧ୍ୟ ସଫେଇ କର୍ମଚାରୀ ଙ୍କ ଉଦେଶ୍ୟରେ ଏନଏସି କାର୍ଯ୍ୟାଳୟ ତରଫରୁ ବଡାଖାନା ର ବ୍ୟବସ୍ଥା କରାଯାଇଥିଲା. ତେବେ ଖାଦ୍ୟ ମେନୁ ପ୍ରସ୍ତୁତିରେ ପାତରଅନ୍ତର ଏବଂ ବକେୟା ଦରମା ମିଳିନଥିବାରୁ ଅସନ୍ତୁଷ୍ଟ କର୍ମଚାରୀ ମାନେ ବଡାଖାନାକୁ ବର୍ଜନ କରିଛନ୍ତି . କର୍ମଚାରୀ ଙ୍କ ଅଭିଯୋଗ ଅନୁଯାୟୀ – ଯାହାଙ୍କ ପାଇଁ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ , ଅର୍ଥାତ ସଫେଇ କର୍ମଚାରୀ ମାନଙ୍କ ପାଇଁ ବଡାଖାନାରେ ମାଛ ପ୍ରସ୍ତୁତ କରାଯାଇଥିବା ସମୟରେ , କାର୍ଯ୍ୟାଳୟକୁ ଆସିଥିବା ବଡ଼ ବଡ଼ିଆ ବାବୁଙ୍କୁ ଦିଆଗଲା ମାଂସ . ଖାଦ୍ୟର ମାନ ଓ ମେନୁ ସମସ୍ତଙ୍କ ପାଇଁ ସମାନ ହୋଇଥିଲେ କଣ ଅସୁବିଧା ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ସଫେଇ କର୍ମଚାରୀ . ଅନ୍ୟ ପକ୍ଷରେ ଏଭଳି ପକ୍ଷପାତିତା କୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରା ଯାଇଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ବକେୟା ଦରମା ପ୍ରଦାନ ପାଇଁ ସଫେଇ କର୍ମଚାରୀ ମାନେ ଦୃଢ ଦାବୀ କରିଛନ୍ତି .
ବଡାଖାନା କୁ ବର୍ଜନ କଲେ ବାଙ୍କୀ ଏନଏସି ର ୬୩ ଜଣ ସଫେଇ କର୍ମଚାରୀ !!!

