କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଓ ଜଗତସିଂହପୁର ଜିଲ୍ଲାର ଦରଡାଶାସନ ଏବଂ ସିଦ୍ଧେଶ୍ୱରପୁର ଉପକଣ୍ଠ ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପବିତ୍ର ମାଘ ସପ୍ତମୀ ବୁଡ଼ ମହୋତ୍ସବ ଅବସରରେ ଡ଼ଃ.ସୁଦର୍ଶନ ଶତପଥୀଙ୍କ ସମ୍ପାଦନାରେ ପ୍ରକାଶିତ ଟ୍ରଷ୍ଟର ଆଧ୍ୟାତ୍ମିକ ସ୍ମରଣୀକା “ରତ୍ନବଟ” ସରସ୍ୱତୀ କଳା ପରିଷଦ, କନ୍ଦରପୁର କାର୍ଯ୍ୟାଳୟରେ ଉନ୍ମୋଚିତ ହେଇଯାଇଛି ।

ଏହି ସାରସ୍ୱତ ସଭାରେ ମୁଖ୍ୟବକ୍ତା ଡ଼ଃ.ସୁରେନ୍ଦ୍ରନାଥ ତ୍ରିପାଠୀ, ମୁଖ୍ୟଅତିଥି ବାବା ଦିବାକର ଦାଶ, ସମ୍ମାନୀତ ଅତିଥି ଇଂ.ତୋଫାନ ଜେନା, ସଂଚାଳକ ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ରଥ, ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୋପକୃଷ୍ଣ ପରିଜା, ସୁଦର୍ଶନ ଶତପଥୀ, ଶ୍ରୀଧର ବେଉରା, ନାରୀନେତ୍ରୀ ପ୍ରତିଭା ଶତପଥୀ, ଜ୍ଞାନରଂଜନ ଦାସ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ସାଧକ ଦେବେନ୍ଦ୍ରନାଥ ସାହୁ, ବସନ୍ତ କୁମାର ବେହେରା, ମମତା ମିଶ୍ର, ମନୋରମା ବାରିକ, କାଦମ୍ବିନୀ ପରିଜା, ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, ଚୈତନ୍ୟ ଚରଣ ରାଉତ, ଗୀତାଞ୍ଜଳି ସାହୁ, ଖଗେଶ୍ୱର ମହାରଣା, ଦିବାକର ସାହୁ, କବି ବାମଦେବ ସ୍ୱାଇଁ, ଅଜୟ କୁମାର ପଟ୍ଟନାୟକ, ଆରତୀ ବେହେରା, କବି ବାବାଜୀ ଚରଣ ଜେନା, ଦୋଳଗୋବିନ୍ଦ ଲେଙ୍କା, ଧନେଶ୍ୱର ରାଉତ, ବଳରାମ ଦାଶ, ପତିତପାବନ ଜେନା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ମରିଣିକା ଉନ୍ମୋଚନ କରିବା ସହ ଐତିହାସିକ ମାଳିକା ପ୍ରସିଦ୍ଧ ପୀଠ ରତ୍ନବଟର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ ।

