ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ଵିନୀ କୁମାର ଦେବତା : ବାଜିଲାଣି ମାଲ୍ୟଗିରି ମହୋତ୍ସବ ପାଇଁ ବିଗୁଲ . ପାଲଲହଡାରେ ଆୟୋଜିତ ହେବାକୁ ଥିବା ମାଲ୍ୟଗିରି ମହୋତ୍ସବ ପାଇଁ ଆରମ୍ଭ ହେଲାଣି ଜୋରଦାର ପ୍ରସ୍ତୁତି .

ମହୋତ୍ସବର ପ୍ରସ୍ତୁତି କ୍ରମରେ ଆଜି ୟୁଥ ଫର ପାଲଲହଡା ଦ୍ୱାରା ମାରାଥନ ଦୌଡ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା . ସ୍ଥାନୀୟ ବିଧାୟକ ମିଃକେଶ କୁମାର ପାଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିବା ସମୟରେ ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ .

ପାଲଲହଡା ମହୋତ୍ସବ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରସ୍ତୁତି ଆରମ୍ଭ ହେବ ପରେ ଉତ୍ସବର ସଫଳ ଆୟୋଜନ ପାଇଁ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ଆୟୋଜକ ମଣ୍ଡଳୀ !!!

