ସୁକିନ୍ଦା ମହାବିଦ୍ୟାଳୟ ଅଧକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥି ଅବସର ଗ୍ରହଣ କରିଥିବାରୁ କଲେଜ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ କଲେଜରେ ପୂର୍ବତନ ଅଧ୍ୟକ୍ଷ ଦୋଳଗୋବିନ୍ଦ ବଳ, ଦୁର୍ଯ୍ୟୋଧନ ବେହେରା , ରମାକାନ୍ତ ସାହୁ , ପୂର୍ବତନ ଅଧ୍ୟାପକ ହେମନ୍ତ ରାଉତ, ଦୀନବନ୍ଧୁ ସେଠି, ପଦ୍ମନାଭ ରାଉତ ଅତିଥି ଭାବେ ମଞ୍ଚlସୀନ ହୋଇ କଲେଜ କଳେବର ବୃଦ୍ଧିରେ ବିଦାୟୀ ଅଧ୍ୟକ୍ଷଙ୍କ ଅବଦାନ ଅତୁଳନୀୟ ବୋଲି ଅବିହିତ କରିଥିଲେ l ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ଦେବେନ୍ଦ୍ର ନାଥ ପାଣିଗ୍ରାହୀ, ସୁବାଷ ବାରିକ, ବନମାଳୀ ନାୟକ, ଶରତ ମହାନ୍ତି, ଶିବରାମ ନନ୍ଦ, ରାମଚନ୍ଦ୍ର ଧୀର, ଡ. ପ୍ରସନ୍ନ ମହାପାତ୍ର ଓ ଅଧ୍ୟାପିକା ସୁନନ୍ଦା ମହାପାତ୍ରଙ୍କ ସମେତ କଲେଜ ଅଧ୍ୟାପକ ଅକ୍ଷୟ ନାୟକ , ଡ. ଲକ୍ଷ୍ମୀକାନ୍ତ ଦାଶ, ରାଜେନ୍ଦ୍ର ନାରାୟଣ ରାଉଳ, ହାଡିବନ୍ଧୁ ଦାସ, ରତ୍ନାକର ପହି, ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ, ଅଣଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଜ, ଉଦ୍ଧବ ବେହେରା ପ୍ରମୁଖ ବିଦାୟୀ ଅଧ୍ୟକ୍ଷ ଜଣେ ଉନ୍ନତିମୂଳକ ଚିନ୍ତାଧାରାର ବ୍ୟକ୍ତି ଥିଲେ ବୋଲି ଅବିହିତ କରି କଲେଜର କଳେବର ବୃଦ୍ଧିରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ବିଦାୟୀ ଅଧ୍ୟକ୍ଷ ଶ୍ରୀ ଶତପଥୀ ସମ୍ବର୍ଦ୍ଧନାର ଉତ୍ତର ଦେଇ କଲେଜ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କର ସ୍ମୃତି ଚାରଣ କରିବା ସହ ଅଧ୍ୟକ୍ଷ ଦାୟିତ୍ୱରେ ରହିବା ସମୟରେ ସହକର୍ମୀମାନଙ୍କ ସହଯୋଗ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ଏଥିରେ ଅଧ୍ୟକ୍ଷତା କରି ବରିଷ୍ଠତା ଭିତ୍ତିରେ ନବ ନିଯୁକ୍ତ ଅଧ୍ୟାକ୍ଷ ଶରତ ନାୟକ ନିଜ ବକ୍ତବ୍ୟରେ କହିଥିଲେ ଅବସର ଗ୍ରହଣ କରିଥିଲେ ମଧ୍ୟ ଶ୍ରୀ ଶତପଥୀ କଲେଜ ପାଇଁ ଚିର ସ୍ମରଣୀୟ ହୋଇ ରହିବେ l ତାଙ୍କର କାର୍ଯ୍ୟଦକ୍ଷତା ଓ ମହାନୁଭବତା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ l ପୂର୍ବତନ ଅଧ୍ୟାପକ ଦିଲୀପ ମହାନ୍ତି, ବନମାଳୀ ନାୟକ, ଅଧ୍ୟାପିକା ମିନତୀ ଧୀରଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ମାନେ ଏହି ସଭାରେ ଉପସ୍ଥିତ ଥିଲେ l କଲେଜ ପକ୍ଷରୁ ବିଦାୟୀ ଅଧ୍ୟକ୍ଷଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଅଧ୍ୟାପକ ଡ.ଦୀପକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *