ତ୍ରିନାଥ କ୍ରିକେଟ କ୍ଲବ ପକ୍ଷରୁ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବୟାଳିଶ ମୌଜା ଉପକଣ୍ଠ ବରାଳ ସ୍ଥିତ ତ୍ରିନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି . ଖେଳରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିଥିବା ସମୟରେ ମଣିବାଡ଼ କ୍ରିକେଟ କ୍ଲବ ୧୭ ରନ କରି ବିଜୟ ଲାଭ କରି ବିଜୟୀ ପଦକ ସହ ୪୫୦୦ ଟଙ୍କା ପୁରସ୍କାର ହାସଲ କରିଛି . ୟଙ୍ଗଷ୍ଟାର କ୍ରିକେଟ କ୍ଲବ ରାଉତରାପୁରକୁ ରନର୍ସକପ ସହ ୩୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ସମ୍ମାନୀତ ଅତିଥି ଭାବେ ବେଣ୍ଟକାର ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼, ମୁଖ୍ୟ ଅତିଥି ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଆଇନଜୀବୀ ସଂଜୀବ ବିଶ୍ୱାଳ, କୃଷକନେତା ଦେବୀ ପ୍ରସାଦ ପତି, ଅନିଲ ମହାପାତ୍ର, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ବିଜୟ ନାୟକ, ରସାନନ୍ଦ ବେହେରା ଯୋଗଦାନ କରିଥିଲା ବେଳେ ମ୍ୟାଚରେ ଅମ୍ପେୟାର ଭାବେ ରାଜେଶ ପ୍ରଧାନ, ଶକ୍ତି ରଂଜନ ବେହେରା ଖେଳ ପରିଚାଳନା କରିଥିଲେ . ତ୍ରିନାଥ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *