ଆର୍ଦଶ ଶିକ୍ଷକ ଗଙ୍ଗାଧର ପ୍ରଧାନ ଙ୍କ ପରଲୋକ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରଣପୁର ବ୍ଲକ ମଝିଆଁଖଣ୍ଡ ପଞ୍ଚାୟତ ପଥରପୁଞ୍ଜି ଗ୍ରାମର ଆଦର୍ଶ ଶିକ୍ଷକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ପ୍ରଧାନ ମହତପଲ୍ଲା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ଶିକ୍ଷାଦାନରେ ଅତ୍ୟନ୍ତ ଦକ୍ଷ ତଥା ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ଜଣାଶୁଣା । ଶିକ୍ଷାଦାନ ବ୍ୟତୀତ ଶିକ୍ଷକ ବନ୍ଧୁ ମାନଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ନିଖୁଣ ଭାବେ ସମ୍ପାଦନ କରିଥାନ୍ତି । ସେ ଥିଲେ ଶିକ୍ଷକ ସଂଘର ଆଗଧାଡିର ନେତା ।ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁବିଧା ଅସୁବିଧାରେ ସେ ଆଗଭର ହୋଇ ଠିଆ ହୁଅନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ଚାନ୍ଦପୁର ଠାରୁ ସୁନାଖଳା ପର୍ଯ୍ୟନ୍ତ ଵହୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଗ୍ରାମ ପଥରପୁଞ୍ଜି ରେ ପହଞ୍ଚି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘର ସଭାପତି ଜ୍ୟୋତି ରଞ୍ଜନ ଦାଶ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଫୁଲ୍ଲ କୁମାର ବିଶ୍ୱାଳ , ସଂପାଦକ ଜଗନ୍ନାଥ ଦାଶ, ଅଭିରାମ ମହାପାତ୍ର, ନିରୁପମା ମହାନ୍ତି, ନିଳମଣୀ ବେହେରା, ସୁଶୀଲ କୁମାର ରଣା, ମହେନ୍ଦ୍ର ସୁବୁଦ୍ଧି ,ଜ୍ୟୋତି ରଞନ କର, ଅନିଲ ପାଇକରାୟ, ପ୍ରଦିପ ଖୁଣ୍ଟିଆ, ଦିନବନ୍ଧୁ ଜେନା, ବସନ୍ତ ବେହୁରା, ଶରତ ନାୟକ ପ୍ରଭୁତି ପହଞ୍ଚି ଶେଷ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *