ଚନ୍ଦ୍ରଶେଖର କ୍ରିକେଟ କ୍ଳବ ତରଫରୁ କ୍ରିକେଟ ଧମାକା ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବୟାଳିଶ ମୌଜା ଉପକଣ୍ଠ ଟାଈଁକଣା ଗ୍ରାମର ଚନ୍ଦ୍ରଶେଖର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏକ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି . ଟୁର୍ଣ୍ଣାମେଣ୍ଟ ରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରି ୩ ଓଭର ଖେଳି ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଲବ କଳପଡ଼ା ୩୦ ରନ କରି ବିଜୟ ଲାଭ କରି ବିଜୟୀ ପଦକ ସହ ୫୦୦୧ ଟଙ୍କା ପୁରସ୍କାର ପାଇଥିବା ବେଳେ ନାରାୟଣୀ କ୍ରିକେଟ କ୍ଲବ ଡିହ ସରିଚୁଆଁକୁ ରନର୍ସ କପ ସହ ୩୮୦୦ ଟଙ୍କା ପ୍ରଦାନ କରାଯାଇଛି ।

ଏହି କ୍ରୀଡା ଉତ୍ସବକୁ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ,ମୁଖ୍ୟଅତିଥି କଳପଡା ପଂଚାୟତର ସରପଞ୍ଚ ସମାଜସେବୀ ମିଲନ କୁମାର ନାୟକ, ସମ୍ମାନୀତ ବରେଣ୍ୟ ଅତିଥି ପ୍ରାଧ୍ୟାପକ ଇଂ.ମନୋଜ କୁମାର ନାୟକ ଏବଂ ଉତ୍କଳ ବିକାଶ ପରିଷଦର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ମ୍ୟାଚରେ ଅମ୍ପେୟାର ଭାବେ ପ୍ରଦୀପ ପ୍ରଧାନ ଦାୟିତ୍ୱ ତୁଲାଇଥିବା ସମୟରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *