ଖଜୁରୀ ଗଛ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ !

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ଖଜୁରୀ ଗଛ ତଳେ ଚାପି ହୋଇ ଵୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ମଥୁରାପୁର ଗ୍ରାମରେ । ଗ୍ରାମର କରୁଣା ଡାଳୁଆ ସକାଳ ସମୟରେ ସେ ନିଜ ଘରୁ ଏକ କଟୁରି ଧରି ଗ୍ରାମ ଠାରୁ କିଛି ଦୁରରେ ନିଜ ଜମିରେ ଥିବା ଏକ ଖଜୁରୀ ଗଛ କାଟିବା ପାଇଁ ବାହାରି ଆସିଥିଲେ । ଖଜୁରୀ ଗଛ କାଟିବା ସମୟରେ ଗଛଟି କରୁଣା ଡାଳୁଆଙ୍କ ଉପରେ ପଡିଯାଇଥିଲା, ଯାହା ଫଳରେ ସେହି ଗଛ ତଳେ ଚାପି ହୋଇ ଯାଇଥିଲେ । ପରିବାର ଲୋକ ବହୁ ସମୟ ଖୋଜା ଖୋଜି କରିବା ପରେ ତାଙ୍କୁ ଖଜୁରୀ ଗଛ ତଳୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *