ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଆନନ୍ଦ ଉଲ୍ଲାସ ରଙ୍ଗର ପର୍ବ ହୋଲି . କୋଭିଡ କଟକଣା ଦୃଷ୍ଟିରୁ ହୋଲିର ଚମକ ସାମାନ୍ୟ ଫିକା ପଡ଼ିଥିଲେ ବି , ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ହୋଲି ଉତ୍ସବ . ଅନୁଗୁଳ ଜିଲ୍ଲା ତାଳଚେର ବଜରଙ୍ଗ ସେବା ସୋସାଇଟି ତରଫରୁ ହୋଲି ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି .

ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ତାଳଚେର ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ ବାପି ମହାନ୍ତି ସେବା ସୋସାଇଟିର ସମସ୍ତ ସଦସ୍ୟ ମାନଙ୍କୁ ରଙ୍ଗ ଲଗେଇ ମିଷ୍ଟାନ୍ନ ଖୁଆଇ ଥିଲେ . ଉପସ୍ଥିତ ସଦସ୍ୟ ମାନେ ପରସ୍ପରକୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ସମାଜରେ ସେବାମୂଳକ କାର୍ଯ୍ୟକ୍ରମ କରି ଅନୁଷ୍ଠାନକୁ ଆହୁରି ଆଗକୁ ନେବାକୁ ଉଦ୍ୟମ କରିବେ ବୋଲି ସାମୁହିକ ଶପଥପାଠ କରିଥିଲେ ।

