ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତୈସିଣି ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈସିଣି ସମାଜ ସଭାଗୃହ ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରି ଥିଲେ ଗୁରୁ ଗୌରଚନ୍ଦ୍ର ପଣ୍ଡା , ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଡ଼.କଲ୍ୟାଣି ମିଶ୍ର, ସମ୍ମାନୀତ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ସମ୍ମାନୀତ ଅତିଥି ଭାବେ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇଥିଲେ । ସ୍ୱାଗତ ଭାଷଣ ସ୍ୱର୍ଣ୍ଣପ୍ରଭା ପାଠୀ ପ୍ରଦାନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଗବତ ପାଢ଼ୀ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦାନ କରିଥିଲେ . ନିମନ୍ତ୍ରିତ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ , ଏବେ ଆଉ ସ୍ୱପ୍ନ ନୁହେଁ ସଂକଳ୍ପର ସମୟ ଆସିଛି . ଓଡ଼ିଆ ଭାଷାକୁ ସମ୍ମାନର ସହ ଗ୍ରହଣ କରି ଆମେ ବଞ୍ଚିବା, ଭାଷା ବଞ୍ଚିଲେ ଆମ ରାଜ୍ୟ ବଞ୍ଚିବ ଓ ଆମ ରାଜ୍ୟ ବଞ୍ଚିଲେ ମଣିଷ ଭଳି ମଣିଷ ହେବା । କାର୍ଯ୍ୟକ୍ରମ ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *