ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୁହିକା ମହାନ୍ତ ସାହି ରେ ଅଗ୍ନିକାଣ୍ଡ . ଅପରାହ୍ନରେ ନିଆଁଲାଗି କୁହିକା ମହାନ୍ତ ସାହିର ଗାଲୁ ମହାକୁଡ଼ଙ୍କର 3 ବଖରା, କାର୍ତ୍ତିକ ମହାକୁଡ଼ଙ୍କର 2 ବଖରା ଘର ସଂପୂର୍ଣ୍ଣ ପୋଡ଼ିଯାଇଛି . ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବା ପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ସୁକିନ୍ଦା ଦମକଳ ବହିନୀ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ ଦମକଳ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ପାଖ ଘରେ ନିଆଁ ଲାଗିବା ପୂର୍ବରୁ ନିଆଁକୁ ଆୟତ୍ତ କରିଥିଲେ .
କୁହିକା ମହାନ୍ତ ସାହିରେ ଅଗ୍ନିକାଣ୍ଡ : ଦୁଇ ପରିବାରର ୫ ବଖରା ଘର ଭସ୍ମୀଭୂତ ।

