କଳିଙ୍ଗନଗର ଥାନା ଅଞ୍ଚଳରେ ଚେକିଙ୍ଗ ବ୍ଳକିଙ୍ଗ ଜୋରଦାର !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଥାନା ତରଫରୁ କରୋନା ର ଦ୍ଵିତୀୟ ଲହରୀ କୁ ଆଖି ଆଗରେ ରଖି ଜନ ସଚେତନତା ସହ ମାକ୍ସ ଓ ହେଲମେଟ ଯାଞ୍ଚ କାର୍ଯ୍ୟକୁ କଡାକଡି କରାଯାଇଛି । ଆଜି ପ୍ରୟା 11 ଘଟିକା ସମୟରେ ନଡିଆଭଙ୍ଗା ଛକ ଠାରେ ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ମାସ୍କ ଏବଂ ହେଲେମେଟ ଚେକିଂ ଚାଲିଥିବାର ଦେଖିବାକୁ ମିଳିଥିଲା । କୋଭିଡ ଗାଇଡ଼ ଲାଇନ ଦୃଷ୍ଟିରୁ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ ତଥା ସଂକ୍ରମଣକୁ ରୋକିବା ପାଇଁ କଳିଙ୍ଗନଗର ପୁଲିସ ପକ୍ଷରୁ ଏପରି ଡ୍ରାଇଭ କରାଯାଉଛି ।

ସୂଚନାଯୋଗ୍ୟ ଯେ ଓଡିଶା ସରକାରଙ୍କ ଦ୍ୱାରା କରୋନା ର ଦ୍ଵିତୀୟ ଲହରୀକୁ ନେଇ ସ୍ୱତନ୍ତ୍ର ନିୟମାବଳୀ ଆସିବା ପରେ କରୋନା ପରିସ୍ଥିତି ମୁକାବିଲା ପାଇଁ ସଜାଗ ହୋଇଯାଇଛି ଯାଜପୁର ପୁଲିସ ପ୍ରଶାସନ . ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଜୋରଦାର ଚେକିଂ ଚାଲୁ ରହିବ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି, ସେଥିପାଇଁ ସମସ୍ତ ଙ୍କୁ ଅନୁରୋଧ ଘରୁ ବାହାରିଲା ବେଳକୁ ମାସ୍କ ପରିଧାନ କରନ୍ତୁ ଏବଂ ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧି ଘରୁ ବାହାରନ୍ତୁ । ନିଜ ସୁରକ୍ଷା ନିଜେ ରଖନ୍ତୁ ।

Leave a Reply

Your email address will not be published. Required fields are marked *