ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୋଲିସ କୁ ମିଳିଛି ଆଉ ଏକ ସଫଳତା । ଗତ 21 ତାରିଖ ରାତିରେ ଢେଙ୍କାନାଳ ରଥଗଡା ଠାରେ ଚୋରି ହୋଇଥିବା ଏକ ବୋଲେରୋ ପିକ ଅପ ଭ୍ୟାନ (OD 05 Q 5255) କୁ ଆଜି ଢେଙ୍କାନାଳ ପୋଲିସ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ହୋଣ୍ଡା ସ୍କେଣ୍ଟ (OD 02 T 0100) କୁ ଢେଙ୍କାନାଳ ଟାଉନ ପୋଲିସ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ 2 ଅପରାଧୀଙ୍କୁ ମଧ୍ୟ କାବୁ କରାଯାଇଛି ବୋଲି ଢେଙ୍କାନାଲ ଟାଉନ ଥାନା ଅଧିକରିଣୀ ସଂଧ୍ୟାରଣୀ ବେଉରିୟା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ ଟି ମୋବାଇଲ ଫୋନ ଜବତ କରାଯାଇଛି । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକରିଣୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।