ହାଟ ବରଡ଼ି ଗ୍ରାମ ଯୋଗମାୟା ଦେବୀଙ୍କ ମନ୍ଦିରରେ ପୂର୍ବତନ ବିଧାୟକଙ୍କ କର୍ମୀ ସମ୍ମିଳନୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ହାଟ ବରଡ଼ି ଗ୍ରାମ ପଞ୍ଚାୟତ ଜୟନ୍ତପୁର ଗ୍ରାମ ଯୋଗମାୟା ଦେବୀଙ୍କ ମନ୍ଦିରରେ ବିଜେଡି ର କର୍ମୀ ସମ୍ମିଳନୀ । ବିଜୁ ଜନତା ଦଳର ନେତା ତଥା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ହାଟବରଡ଼ି ପଞ୍ଚାୟତ ଜୟନ୍ତପୁର ଗ୍ରାମ ଅଞ୍ଚଳର ଅନେକ କର୍ମୀ ଯୋଗ ଦେଇଥିଲେ । ଦିନକୁ ଦିନ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ , ତେବେ ସଂଗଠନ ସଜାଡିବାରେ ଲାଗି ପଡ଼ିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ବିଜୁ ଜନତା ଦଳର ପତକା ଲଗାଇ ଆରମ୍ଭ କରିଛନ୍ତି ପ୍ରସାର ପ୍ରଚାର । ଆଜି ଶତାଧିକ ପୁରୁଷ ଓ ମହିଳା କର୍ମୀ ଯୋଗ ଦେଇଥିଲେ । ବିଗତ ଦିନର ଉନ୍ନତିମୂଳକ କାମ କାରଣରୁ ଚିଲିକା ବ୍ଳକ ହାଟ ବରଡ଼ି ଗ୍ରାମରେ ରଘୁନାଥ ସାହୁଙ୍କୁ ଆଜି ପର୍ଯ୍ୟନ୍ତ ଜନସାଧାରଣ ଭୁଲି ପାରୁ ନାହାନ୍ତି । ଜଣକ ପରେ ଜଣେ ସମସ୍ତ ଦଳୀୟ କର୍ମୀ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଓ ଆଗାମୀ ଦିନକୁ ଆଖି ଆଗରେ ରଖି ସମସ୍ତ କର୍ମୀ ଏକାଠି ହେବେ ଓ ବିଜୁ ଜନତା ଦଳ ରହିଛି ଆଉ ରହିବ ବୋଲି କହିଛନ୍ତି ପୂର୍ବତନ ବିଧାୟକ । ବିଜୁଜନତା ଦଳ ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱରେ ଯୋଜନା ପରେ ଯୋଜନା ଆସୁଥିବା ଏବଂ ମହିଳା ମାନଙ୍କ ଉନ୍ନତି ପାଇଁ ମିଶନ ଶକ୍ତି ଜରୀଆରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଥିଲେ ଉପସ୍ଥିତ ନେତୃ ମଣ୍ଡଳୀ ।

Leave a Reply

Your email address will not be published. Required fields are marked *