ବକେୟା ପ୍ରୋତ୍ସାହନ ରାଶି ପାଇବା ଦାବୀରେ ଡାକ୍ତରଖାନା ମୁଖ୍ୟ ଫାଟକରେ ତାଲା !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ଅନୁସାରେ ୨୦୧୬ ନଭେମ୍ବର ମାସଠାରୁ ୨୦୧୭ ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏ ନେଇ ତିନି ତିନି ଥର କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଦା ଡି ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଗତ ଦୁଇ ଦିନ ତଳେ ସମୂହ ଆଶାକର୍ମୀ ମାନେ କୋଟଗଡ଼ରେ ପହଞ୍ଚି ମେଡିକାଲ ଇନଚାର୍ଜ ଡ଼ଃ.ଦେବନାଥ ଦେ ଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେବା ସହ ତିନି ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ କୋଟଗଡ଼ ଡାକ୍ତରଖାନା ମୁଖ୍ୟ ଫାଟକ ରେ ବୁଧବାର ଦିନ ତାଲା ପକାଇ ଧାରଣା ରେ ବସିବେ ବୋଲି ଜଣାଇଥିଲେ । ଦାବି ପୂରଣ ନହେବାରୁ ଆଜି ସମୂହ ଆଶାକର୍ମୀ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଆଶାକର୍ମୀ ସଂଘ । ସେପଟେ ଆନ୍ଦୋଳନର ଦୀର୍ଘ ସମୟ ପରେ ଖବର ପାଇ ବିଭାଗୀୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଆଶାକର୍ମୀ ମାନଙ୍କୁ ବୁଝାସୁଝା କରିବା ସହ ୧ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆଶାକର୍ମୀ ମାନେ ଆନ୍ଦୋଳନରୁ ହଟିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *