କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଏକ ବଧୂହତ୍ୟା ଘଟଣାରେ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ରାଜନଗର ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ନ୍ୟାୟ ପାଇଁ ପୀଡିତା ଙ୍କ ପରିବାର ଲୋକେ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି . ସୂଚନା ଅନୁଯାୟୀ , କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୁରୁଣ୍ଡି ଗ୍ରାମର ଦୁର୍ଗା ଚରଣ ବେହେରାଙ୍କ ଝିଅ ସୁଜାତ ଙ୍କର , ପ୍ରବୀର ନାୟକଙ୍କ ସହ 2016 ମସିହାରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆ ଯାଇଥିଲେ ବି , ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ସୁଜାତଙ୍କୁ ନିର୍ଯ୍ୟାତନା ପ୍ରଦାନ କରୁଥିଲେ ଶାଶୁଘର ଲୋକେ . ତେବେ ସୁଜାତାଙ୍କର ଆକସ୍ମିକ ମୃତ୍ୟୁ ପରେ , ହତ୍ୟା ଅଭିଯୋଗ କରିଥିଲେ ପରିବାର ଲୋକେ । ରାଜନଗର ପୋଲିସ ବଧୁହତ୍ୟା ଘଟଣାର ତଦନ୍ତ ରେ ଶିଥିଳତା ଦେଖାଉ ଥିବାରୁ ନ୍ୟାୟ ଦାବୀ କରି ଆଜି କେନ୍ଦ୍ରାପଡା ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଗଣ ଧାରଣାରେ ବସିଛନ୍ତି ପରିବାର ସମେତ ଗ୍ରାମବାସୀ ।