କିଣିଲୋ ଅଙ୍ଗନୱାର୍ଡ କେନ୍ଦ୍ରରେ ଶିଶୁ ଖାଦ୍ୟ ଆତ୍ମସାତ ଅଭିଯୋଗ ।

0
569

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କିଣିଲୋ ଅଙ୍ଗନୱାଡି କେନ୍ଦ୍ରରେ ପୁଣି ସାମ୍ନାକୁ ଆସିଛି ଦୁର୍ନୀତି ର କେଳେଙ୍କାରୀ । ବର୍ଷ ବର୍ଷ ଧରି ଜାଲ ଦସ୍ତଖତରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଅଣ୍ଡା ଛତୁଆ ଭଳି ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ହଡପ କରିଥିବା ଅଭିଯୋଗ ହୋଇଛି । ଅଣ୍ଡା ଛତୁଆ ଭଳି ଶିଶୁ ଖାଦ୍ୟ ଆତ୍ମସାତ କରିଥିବା ଅଭିଯୋଗ ରେ ପୁଣି ବିବାଦ ଘେରରେ କିଣିଲୋ ଅଙ୍ଗନୱାଡି କର୍ମୀ ଶୟନା ଓଝା । ତେବେ ଅଭିଯୋଗ ହେବ ପରେ ଫେରାଇବେ କି ଶିଶୁ ଖାଦ୍ୟ, ଆତ୍ମସାତ କରିଥିବା ଅର୍ଥ । ଗଣିବେ କି ଜୋରିମାନା । ସରକାରୀ ଯୋଜନା ର ସୁବିଧାକୁ ଆତ୍ମସାତ କରିଥିବା ଅଭିଯୋଗରେ ନିଆଯିବକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ , ଏପରି ଆଲୋଚନା ଏବେ ସ୍ଥାନୀୟ ଅଞ୍ଚଳରେ ଜୋର ଧରିଛି . କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର କିଣିଲୋ ଅଙ୍ଗନୱାଡି କେନ୍ଦ୍ରରୁ ସାମନାକୁ ଆସିଛି ଏପରି ଘଟଣା ସମ୍ପର୍କରେ ଅଭିଯୋଗ । ଯାହା ସୂଚନା ଅଧିକାର ଆଇନ ବଳରେ ଆସିଥିବା ତଥ୍ୟରୁ ଜଣାପଡିଛି । ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ମିନତୀ ବେହେରାଙ୍କ ତଦନ୍ତରେ ମଧ୍ୟ୍ୟ ଶିଥିଳତା ଦେଖାଦେଇଛି ।ଏନେଇ ଆମେ ସିଡିପିଓ ମିନତୀ ବେହେରାଙ୍କ ପତିକ୍ରିୟା ଲୋଢ଼ିଥିଲୁ ହେଲେ ମହାଶୟା କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା ।

LEAVE A REPLY

Please enter your comment!
Please enter your name here