ପଶୁପକ୍ଷୀଙ୍କ ପାଇଁ ପାଣି କୁଣ୍ଡର ବ୍ୟବସ୍ଥା କଲେ ସାମାଜିକ କର୍ମୀ !!

0
228

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗ୍ରୀଷ୍ମର ପ୍ରକୋପ ବଢି ଚାଲିଥିବା ସମୟରେ ଦେଖା ଦେଇଛି ଜଳ କଷ୍ଟ . ପ୍ରାୟତଃ ପାଣିର ପ୍ରାକୃତିକ ଉତ୍ସ ସବୁ ଶୁଖିବାକୁ ଆରମ୍ଭ କଲାଣି , ଏପରି ସ୍ଥିତିରେ ପାଣି ଟୋପାଏ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଶୁପକ୍ଷୀ . ରାଜଧାନୀ ଉପକଣ୍ଠ ଡୁମୁଡୁମା ଅଞ୍ଚଳରେ ପଶୁପକ୍ଷୀ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିଛନ୍ତି Animals and Plants Eco Saving Foundation ର ସଦସ୍ୟ .

ଡୁମୁଡୁମା ଏବଂ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ 30 ଟି ପାଣିକୁଣ୍ଡା ରଖାଯାଇଛି . ଅନୁଷ୍ଠାନର ସଦସ୍ୟ ମାନେ ନିୟମିତ ଭାବରେ ଉକ୍ତ କୁଣ୍ଡ ଗୁଡିକରେ ପାଣି ଭରିବାର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି . ଡୁମୁଡୁମା ରଘୁନାଥ ନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସାମାଜିକ କର୍ମୀ ଉପସ୍ଥିତ ରହିଥିବା ସମୟରେ Animals and Plants Eco Saving Foundation ର ଏପରି କାମକୁ ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି . ଆଗାମୀ ଦିନରେ ସହରର ଅନ୍ୟାନ୍ୟ ସ୍ଥାନରେ ଏପରି ବ୍ୟବସ୍ଥା ଆରମ୍ଭ ହେବ ବୋଲି ରେଡି ଟୁ ହେଲ୍ପ ଗ୍ରୁପ ର ଉଦ୍ୟୋକ୍ତା ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here