ଏଠି ସବୁ ଖୋଲା ମେଲା : କିନ୍ତୁ ପ୍ରଶାସନର ନିଘା ନାହିଁ !!

0
279

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟର ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ଓଡିଶା ସରକାର 5T ନୀତି ଚଳାଇଛନ୍ତି । ଲୋକମାନଙ୍କର ଉନ୍ନତି ପାଇଁ ଅନେକ କିଛି କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି ,କିନ୍ତୁ ଗ୍ରାମଞ୍ଚଳକୁ ଯାଇ ଦେଖିଲେ ଏହାର ବିକାଶର ନଗ୍ନ ଚିତ୍ର ସାମ୍ନାକୁ ଆସେ । ସେହିଭଳି କିଛି ଦେଖିବାକୁ ମିଳିଛି ଗଁଦିଆ ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମର ଖଣ୍ଡାୟତ ସାହି ରେ । ଗୋଟିଏ ଶିକ୍ଷିତ, ଉନ୍ନତ ଗ୍ରାମରେ ଗଣା ଏହି ବଣସିଂହ ଗ୍ରାମ । କିନ୍ତୁ ସରକାରଙ୍କର ଏତେ ମନମୁଖିତା କଣ ପାଇଁ । ଗ୍ରାମର ଖଣ୍ଡାୟତ ସାହି ପାଖରେ ଥିବା ଟ୍ରାନ୍ସଫୋର୍ମର ଟି ଯେମିତି ମୁକୁଳା ଭାବେ ବହୁଦିନ ହେଲା ପଡିରହିଛି , ତାହା ପାଲଟିଛି ସାକ୍ଷାତ ମୃତ୍ୟୁଦୂତ । ଗ୍ରାମ ମଧ୍ୟଦେଇ ଯାଇଥିବା ମୁଖ୍ୟ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ଟ୍ରାନ୍ସଫୋର୍ମର ଟି । ଏହାର ଯତ୍ନ ନେବା ତଥା ଘେରା ବନାଇବା ପାଇଁ ବହୁଦିନ ଦେଲା ସ୍ଥାନୀୟ ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ସରକାରଙ୍କର ବିଦ୍ୟୁତ ବିଭାଗ ଏଥିପ୍ରତି ତିଳେ ହେଲେ ଧ୍ୟାନ ଦେଉନାହାନ୍ତି । ଅନେକ ସମୟରେ ପଶୁପକ୍ଷୀ, ଗାଈଗୋରୁ ଏଥି ମଧ୍ୟକୁ ପଶି ଆସି ନିଜ ଜୀବନ ହରାଉଛନ୍ତି । ଗାଁ ର ଛୋଟ ପିଲାମାନେ ପାଖରେ ଖେଳୁଥିବାରୁ ସେମାନଙ୍କ ପ୍ରତି ବିପଦ ଅଛି ବୋଲି ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ । ସରକାର ଏଥିପ୍ରତି ଟିକେ ହେଲେ ବି ତତ୍ପରତା ଦେଖାଉ ନାହାନ୍ତି । ଯଥାଶୀଘ୍ର ସରକାରଙ୍କର ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନଦେଇ ଏହାର ସ୍ଥାୟୀ ପ୍ରତିକାର କରିବା କିମ୍ବା ଏହାକୁ କୌଣସି ଦୁରସ୍ଥାନରେ ଅବସ୍ଥାପିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here