ଖାଣ୍ଡବା ଗ୍ରାମରେ “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ !!!

0
192

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : “ସଖୀ”- ୱାନଷ୍ଟପ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ବାଲ୍ୟ-ବିବାହ ନିଷେଧ ଆଇନ ସମ୍ପର୍କିତ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାଶୀନଗର ବ୍ଲକର ୩ ଗୋଟି ପଞ୍ଚାୟତ ବୁଦୁରା , ଗୋରିବନ୍ଧା ଓ ଖାଣ୍ଡାବା ପଞ୍ଚାୟତ ଅଞ୍ଚଳର ୬୦ ଜଣ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଖାଣ୍ଡବା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ଦୋରା ଏବଂ ଆଇସିଡିଏସ: ସୁପରଭାଇଜର ଶ୍ରୀମତୀ ଭାଗ୍ୟବତୀ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ “ସଖୀ”-ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ବାଲ୍ୟ-ବିବାହ ନିଷେଧ ଆଇନର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ମୁଖ୍ୟତଃ ଏହି ଆଇନରେ ସମ୍ପୃକ୍ତ ଦୋଷୀଙ୍କ ପାଇଁ ରହିଥିବା ଦଣ୍ଡବିଧାନ ଯାହାକି , ୨ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ଜୋରିମାନା ରହିଥିବା ଉପରେ କହି ବୁଝାଇଥିଲେ ।

ଏତଦ ବ୍ୟତୀତ ବାଲ୍ୟ-ବିବାହର କୁ ପ୍ରଭାବ , ବାଲ୍ୟବିବାହ ପାଇଁ କିଏ କିଏ ଦାୟୀ , ବାଲ୍ୟ-ବିବାହ ନିଷେଧ ଅଧିକାରୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ କଣ , ୧୮୧ ନମ୍ବର ଓ ୧୦୯୮ ନମ୍ବର କିଭଳି ଓ କେଉଁ ପରିସ୍ଥିତିରେ ସାହାର୍ଯ୍ୟ ଓ ସହାୟତା ପାଇଁ ଡାଏଲ କରି ପାରିବେ ପ୍ରଭୃତି ଉପରେ “ସଖୀ”-ୱାନଷ୍ଟପ କେନ୍ଦ୍ରର ପରିଚାଳିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ ଉପସ୍ଥିତ ଅଙ୍ଗନବାଡି କର୍ମୀ ଓ ଅନ୍ୟ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ ସଚେତନ କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ “ସଖୀ” ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ , କାଉନସିଲର ଶ୍ରୀଦେବୀ ରଇତ ଏବଂ କେଶ ୱରକେଟ୍ ମଧୁସ୍ମିତା ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here