ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପୂର୍ବକ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ଦଶପଲ୍ଲା କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।

ସମ୍ମାନୀତ ଅତିଥି ରୂପେ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦା ସାହୁ , ନୂଆଗାଁ ବ୍ଲକ ଅଧକ୍ଷ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳୀ ସାହୁ , ସାଂସଦଙ୍କ ନୂଆଗାଁ ବ୍ଲକ ପ୍ରତିନିଧି ବିଜୟ କୁମାର ସାସମଲ , ନୟାଗଡ଼ ଜିଲା ଛାତ୍ର ବିଜେଡି ଉପ-ସଭାପତି ଅମୁଲ୍ୟ କୁମାର ସାହୁ , ନୂଆଗାଁ ବ୍ଲକ ବିଜେଡି ଉପ-ସଭାପତି ମୁରଲୀ ଧର ଜେନା, ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି ଏବଂ ଅନେକ ବିଜୁ ପ୍ରେମୀ ଉପସ୍ଥିତ ରହି ରକ୍ତଦାନ କରିଥିଲେ .