ଜଳ ସଙ୍କଟରେ ସାରଙ୍ଗପୁର ସ୍ଥିତ ହାଟିଙ୍ଗି ଆଦିବାସୀ ବସ୍ତିବାସିନ୍ଦା ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ସାରଙ୍ଗପୁର ପଞ୍ଚାୟତ ସାରଙ୍ଗପୁର ଗ୍ରାମରେ କାର୍ଯ୍ୟକାରୀ ହେଇଛି ଓଭର୍ ହେଡ଼ ଜଳ ଯୋଗାଣ ପ୍ରକଳ୍ପ । ହେଲେ ସାରଙ୍ଗପୁର ହାଟିଙ୍ଗି ଆଦିବାସୀ ବସ୍ତିକୁ ଏଥିରୁ ବଞ୍ଚିତ କରାଯାଇଥିବା ଦେଖିବାକୁ ମିଳିଛି । ସାରଙ୍ଗପୁର ଗ୍ରାମରେ ୱାଟର୍ ଟ୍ୟାଙ୍କ ନିର୍ମାଣ କରାଯାଇ ପାଇପ୍ ଲାଇନ ଯୋଗେ ଘରେ ଘରେ ପାଣି ଯୋଗାଇ ଦିଆ ଯାଉଥିବା ବେଳେ, ହାଟିଙ୍ଗି ର ଆଦିବାସୀ ବସ୍ତି ବାସିନ୍ଦା ଏବେ ଜଳକଷ୍ଟ ଭୋଗୁଛନ୍ତି । ଦୀର୍ଘ ୨୪ ବର୍ଷ ହେଲା ଚୁଆ ପାଣି ତାଙ୍କର ସାହା ଭରଷା ସାଜିଛି । ଗ୍ରାମବାସୀ ମାନେ ବାରାମ୍ବାର ବ୍ଲକ ଅଧ୍ୟକ୍ଷ୍ୟା ଓ ସ୍ଥାନୀୟ ସରପଞ୍ଚଙ୍କୁ ଜଣେଇ ଥିଲେବି କୌଣସି ସୁଫଳ ମିଳି ପାରୁନଥିବା ଅଭିଯୋଗ ଆଣିଛନ୍ତି ।

ସକାଳୁ ସକାଳୁ ଚୂଆ ପାଖରେ ପାଣି ପାଇଁ ଲମ୍ବୁଛି ଲମ୍ବା ଲାଇନ୍ । ହାତରେ ଗରା ବାଲ୍ଟି ଓ ମାଠିଆ ଧରି ଘଣ୍ଟାଘଣ୍ଟା ଧରି ଠିଆ ହୋଇ ରହୁଛନ୍ତି ଗାଁ’ ର ମହିଳା ମାନେ । ସୁକିନ୍ଦା ବ୍ଲକ ସାରଙ୍ଗପୁର ପଞ୍ଚାୟତ ସାରଙ୍ଗପୁର ହାଟିଙ୍ଗି ଆଦିବାସୀ ସାହି ରେ ଦେଖିବାକୁ ମୁଲିଛି ଏପରି ଘଟଣା । ଗ୍ରାମରେ ବସବାସ କରନ୍ତି ଶତାଧିକ ପରିବାର ର ୫୦୦ରୁ ଉର୍ଦ୍ଧ୍ଵ ଲୋକ । ଲୋକଙ୍କ ସୁବିଧା ପାଇଁ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି, ହେଲେ ବାସ୍ତବରେ ସରକାରଙ୍କ ଏତେ ସବୁ ଯୋଜନା ଯାଉଛି କୁଆଡେ । ଆଉ ଯୋଜନା କାହା ପାଇଁ ? କାହା ସ୍ୱାର୍ଥରେ ?? ବୋଲି ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀ ଶିଳ୍ପାଞ୍ଚଳରେ ଏବେ ସ୍ଥିତି ସଙ୍ଗିନ । କଳିଙ୍ଗନଗର ଠାରେ ବିକାଶ ପାଇଁ ବର୍ଷ ବର୍ଷ ହେଲା ଏହି ରଙ୍ଗୀନି ସ୍ୱପ୍ନର ସଙ୍ଗୀନ ଦୃଶ୍ୟ ଦେଖାଉଛନ୍ତି ସ୍ଥାନୀୟ ବିଧାୟକ ଠାରୁ ଆରମ୍ଭ କରି ସୁକିନ୍ଦା ବ୍ଲକ ଅଧ୍ୟକ୍ଷ୍ୟା ଓ ସରପଞ୍ଚ ବାବୁ ବାବୁଆଣି ମାନେ କିନ୍ତୁ ଫଳ ଯଥା ପୂର୍ବଂ ତଥା ପରଂ । ଲୋକେ କେବଳ ଏକମାତ୍ର ଚୁଆ ପାଣିରେ ହିଁ ନିର୍ଭର କରି ଚଳୁଛନ୍ତି । ସେଥିରୁବି ଠିକ୍ ଭାବେ ପାଣି ବାହାରୁ ନାହିଁ ଗୋଟିଏ ଗରା ପାଣି ପାଇଁ ସକାଳ ୬ଟାରୂ ଆସିଲେ ପାଣି ଚୂଆ ପାଖରେ ଧାଡ଼ି କରି ଗରା ମାଠିଆ ବ୍ଲାଟି ଲାଇନରେ ରଖି ପାଣି ଛେଦେଇ କରି ଘରକୁ ନେଲା ବେଳକୁ ଦିନ ୧୨ଟା ବାଜୁଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି । ପାଣି ସମସ୍ୟାକୁ ନେଇ ଅନେକ ବାର ସ୍ଥାନୀୟ ବିଧାୟକ, ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ୍ୟାଙ୍କୁ ଜଣାଇଲେ କେହି କର୍ଣ୍ଣପାତ କରୁ ନାହାନ୍ତି । ନିର୍ବାଚନ ସମୟରେ ନେତାଙ୍କ ସହିତ ବ୍ଲକ ଅଧ୍ୟକ୍ଷ୍ୟା ଓ ସରପଞ୍ଚ ଆସନ୍ତି , କୁହନ୍ତି ସବୁ କରିଦେବା !! କଳିଙ୍ଗନଗରରେ ଏତେ କାରଖାନା ଅଛି କହିକି ବୋରୱେଲ କରିବା ନାମରେ ହେଉଛଇ ହରିଲୁଟ । ହେଲେ ଶିଳ୍ପାଞ୍ଚଳ ବାସୀଙ୍କୁ ସର୍ବନିମ୍ନ ପିଇବା ପାଣି ଯୋଗାଣ ହୋଇ ପାରୁନାହିଁ । ଦୁର୍ଗମ ଅଞ୍ଚଳ ଭଳି ଶିଳ୍ପାଞ୍ଚଳବାସୀ ପିଇବା ପାଣି ପାଇଁ ଚୁଆ ଉପରେ ନିର୍ଭର କରିବା ଘଟଣା ଇସ୍ପାତ ରାଜଧାନୀର ବିକଳ ଚିତ୍ରକୁ ପଦାରେ ପକାଇଛି । ସେଥିପାଇଁ ଦୀର୍ଘ ୨୪ ବର୍ଷ ହେଲା ଆଦିମ ଆଦିବାସୀ ମାନେ ପାଣି ପାଇଁ ଡହଳ ବିକଳରେ ଜୀବନ ବିତାଉଛନ୍ତି । ସେମାନଙ୍କର ଦାବି ହେଉଛି ଯଥାଶୀଘ୍ର ପାଣି ସମସ୍ୟାର ସମାଧାନ କରାଯାଉ ।

Leave a Reply

Your email address will not be published. Required fields are marked *