ବଜରଙ୍ଗ ଦଳର ବ୍ୟାନର ଚିରା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!

0
194

Loading

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ସୁକିନ୍ଦା ମହାବିଦ୍ୟାଳୟ ସମ୍ନାରେ ବଜରଙ୍ଗ ଦଳ ତରଫରୁ ରାଷ୍ଟ୍ରୀୟ ନବବର୍ଷ, ମହା ବିଷୁବ ପଣାସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ ଲାଗିଥିବା ବ୍ୟାନରକୁ କିଛି ଅଜଣା ବ୍ୟକ୍ତି ଚିରିବା ଘଟଣାକୁ ନେଇ ଦେଖା ଦେଇଛି ଉତ୍ତେଜନା .

ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବ୍ୟାନର ଚିରି ଦେବା ପରେ ସକାଳୁ ସ୍ଥାନୀୟ ଅଞ୍ଚଳର ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନେ ଘଟଣା ସମ୍ପର୍କରେ ଜାଣିଥିଲେ . ବ୍ୟାନର ଚିର ଯାଇଥିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ବଜରଙ୍ଗ ଦଳ ତରଫରୁ ଏହି ଘଟଣାକୁ ଘୋର ନିନ୍ଦା କରାଯିବା ସହିତ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । କିଏ ବ୍ୟାନର ଚିରିଛି , ସେ ଘଟଣା କେହି ଦେଖି ନଥିଲେ ସୁଦ୍ଧା ଏହା କେଉଁ ଗୋଷ୍ଠୀର କାମ ହୋଇପାରେ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here