ଓଡ଼ିଶାରେ ଲାଗୁହେଲା ସପ୍ତାହାନ୍ତ ସଟ ଡାଉନ !!!

0
921

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ଦ୍ଵିତୀୟ ଲହରୀ ର ଭୟାବହତାକୁ ଦେଖି ରାଜ୍ୟ ସରକାର ନେଇଛନ୍ତି ବଡ ନିଷ୍ପତ୍ତି . ଏ ନେଇ ରାଜ୍ୟ ଏସଆରସି ଦେଇଛନ୍ତି ସୂଚନା . ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତ୍ତର ରହିଥିବା ସମୟରେ ଚଳିତ ସପ୍ତାହରୁ ଶନିବାର ଏବଂ ରବିବାର ରାଜ୍ୟର ସହରାଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିବ . ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥା , ଚିକିତ୍ସା ସେବା ଏବଂ ଖାଦ୍ୟ ସାମଗ୍ରୀ ସେବା ଜାରି ରଖିବା . ଅଗ୍ନିଶମ , ବିଦ୍ୟୁତ , ଖବରକାଗଜ ବିତରଣ , ରେଳସେବା , କ୍ଷୀର ଯୋଗାଣ ଚାଲୁ ରହିବ . ଗଣମାଧ୍ୟମ ସଂସ୍ଥା ସହ ଜଡିତ ବ୍ୟକ୍ତିଙ୍କ ଯାତାୟାତ ପାଇଁ ରହିବ ଅନୁମତି . କୌଣସି ପାସ ର ବ୍ୟବସ୍ଥା କରାଯାଇନାହିଁ . କରୋନା ମହାମାରୀ ସଂକ୍ରମଣକୁ ଚେକ ମେଟ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି .

LEAVE A REPLY

Please enter your comment!
Please enter your name here