ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକଣା ପ୍ରଭାବରେ ସଙ୍କୁଚିତ ହୋଇଛି ଶ୍ରୀରାମ ନବମୀ ଉତ୍ସବ ପାଳନ . ବିନା ଶ୍ରଦ୍ଧାଳୁରେ ପାଳନ ହେଉଛି ଶ୍ରୀରାମ ନବମୀ ପର୍ବ . ସମଗ୍ର ଦେଶରେ ସଂକ୍ରମଣର ଭୟ . ସାମାଜିକ ସାଂସ୍କୃତିକ ରାଜନୈତିକ ଏବଂ ମାଙ୍ଗଳିକ କାର୍ଯ୍ୟକୁ ପଛରେ ପକାଇ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାଲଟିଛି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା . କଟକଣା ପ୍ରଭାବରେ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ ଉତ୍ସବ . ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ମଧ୍ୟ ବିନା ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି . ସମଗ୍ର ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସହରାଞ୍ଚଳରେ ସପ୍ତାହାନ୍ତ ସଟ ଡାଉନ ଲାଗୁ ଗହୋଇଥିବା ବେଳେ କଡା କରାଯାଇଛି କୋଭିଡ କଟକଣା . ଭୁବନେଶ୍ୱର ମହାନଗର ନିଗମ ତରଫରୁ ଦେବାଳୟ ରେ ସମାଗମ ଉପରେ କଟକଣା ଲାଗୁ କରାଯାଇଛି . ଏପରି ସ୍ଥିତିରେ ବିନା ଶ୍ରଦ୍ଧାଳୁଙ୍କ ସମାଗମରେ ରାଜ୍ୟର ସହର ସମେତ ଗ୍ରାମାଞ୍ଚଳରେ ପାଳିତ ହେଉଛି ଶ୍ରୀରାମ ନବମୀ ଉତ୍ସବ .