ପାହାଡ଼ରୁ ମିଳିଲା ଝୁଲନ୍ତା ମୃତଦେହ !!

0
603

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମଣିନାଗ ପାହାଡରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଶବ ଜବତ . ରଣପୁର ନିକଟସ୍ଥ ମଣିନାଗ ପାହାଡରୁ ରଣପୁର ପୋଲିସ ଜଣେ ମହିଳାଙ୍କ ଶବ ଜବତ କରିଥିବା ଜଣାପଡିଛି l ମହିଳାଙ୍କ ଶବ ଏକ ଗଛରେ ଝୁଲୁଥିବା ଘଟଣା ଦେଖି ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେବା ପରେ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା l ସୂଚନା ଅନୁଯାୟୀ , ମହିଳା ଜଣକ ମାନସୀ ଦଳେଇ ଏବଂ ତାଙ୍କ ଘର ଗୋଳାପୋଖରୀ ଅଞ୍ଚଳରେ ବୋଲି ଜଣା ପଡିଛି l ତେବେ କେଉଁ ପରିସ୍ଥିତିରେ ମହିଳା ଜଣକ ସେଠାକୁ ଗଲେ ଏବଂ ତାଙ୍କର ମୃତ୍ୟୁ ହେଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି l

LEAVE A REPLY

Please enter your comment!
Please enter your name here