ସମାଜସେବୀ ରସାନନ୍ଦଙ୍କ ସଚେତନତା କାର୍ଯ୍ୟ : ସାଧାରଣରେ ଉଚ୍ଚ ପ୍ରଶଂସା ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କରୋନା ମହାମାରୀର ଦ୍ଵିତୀୟ ଲହରୀ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ସଚେତନତା କାର୍ଯ୍ୟ . ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନ ସଚେତନତା ଓ ଏହାର ପାଳନ ଉପରେ ପୂର୍ଣ୍ଣ ଗୁରୁତ୍ୱ ଦେଇ କଟକ ସଦର ବୟାଳିଶ ମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ଯୁବ ସମାଜସେବୀ ରସାନନ୍ଦ ବେହେରା ସ୍ଥାନୀୟ ମିର୍ଜାଇପୁର ଏବଂ ଆଖପାଖ ଅଂଚଳ ସହଯୋଗୀ ମଙ୍ଗରାଜ ସେଠୀ ଓ ସଂଜୟ ପଟ୍ଟନାୟକଙ୍କ ସହ ବୁଲି ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତ୍ତା ପ୍ରଚାର କରି ଚାଲିଛନ୍ତି . ଏହି ଅଭିଯାନ ସମଗ୍ର ବୟାଳିଶ ମୌଜାର ବିଭିନ୍ନ ଅଞ୍ଚଳରେ କରାଯିବାର ବ୍ୟବସ୍ଥା ରହିଛି । ସୂଚନା ଥାଉକି ସୋଚ ବୟାଳିଶ ମୌଜା ସାମାଜିକ ସଂଗଠନର ଆବାହକ ତଥା କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସକ୍ରିୟ ସଦସ୍ୟ ସମାଜସେବୀ ରସାନନ୍ଦ ଗତବର୍ଷ ବୟାଳିଶ ମୌଜାର ୬ଗୋଟି ପଞ୍ଚାୟତରେ ସଚେତନତାର ବାର୍ତ୍ତା ପ୍ରଚାର କରିବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦିବ୍ୟାଙ୍ଗ ପିଲାମାନଙ୍କ ଜନ୍ମଦିନ ପାଳନ କରି ସେମାନଙ୍କ ମୁହଁରେ ହସ ଫୁଟାଇ ବିଭିନ୍ନ ବର୍ଗରୁ ପ୍ରସଂଶା ପାଇଥିଲେ . ଚଳିତ ବର୍ଷ ମଧ୍ୟ କରୋନା ର ଭୟାବହତା ଅପସରି ନଯିବା ପର୍ଯ୍ୟନ୍ତ ତାଙ୍କର ଏହି କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *