ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା : ପ୍ରେମ ବ୍ୟାପାରକୁ ନେଇ ଅଘଟଣ ଘଟିଥିବାର ଆଲୋଚନା !!!

0
301

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ପଞ୍ଚାୟତ ଧୂଙ୍ଗିଆପଖାଲ ଗ୍ରାମର ୨୯ବର୍ଷୀୟ ଯୁବକ ସାମନ୍ତରାମ ପାତ୍ର ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ସାମନ୍ତରାମ ଧୂଙ୍ଗିଆପଖାଲ ଗ୍ରାମର କମିଟି ଘରେ କିଛି ଯୁବକଙ୍କ ସହ ମିଶି ଶୋଇଥିଲେ । ତେବେ ସେ ସମୟରେ ବିଷପାନ କରିଥିବା ଜାଣିପାରି ପାଖରେ ଶୋଇଥିବା ଯୁବକ ପରିବାର ଲୋକଙ୍କୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ସାମନ୍ତରାମ ଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ହେବାରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପହଁଚିବା ପରେ ଡାକ୍ତର ସାମନ୍ତରାମ ଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଜଣକ କାହିଁକି ବିଷ ପାନକରି ଆତ୍ମହତ୍ୟା କରିଛନ୍ତି ଏ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ପ୍ରେମ ଜନିତ କାରଣକୁ ନେଇ ସେ ଆତ୍ମହତ୍ୟା କରିଥିବା କଥା ଚର୍ଚ୍ଚା ହେଉଛି । ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here