ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅନୁମତି ପାଇଁ ପତ୍ର ପ୍ରଦାନ କରାଯାଇଛି । ବର୍ତମାନ ସମଗ୍ର ଦେଶରେ କରୋନା ର ଦ୍ୱିତୀୟ ଲହରୀ ଆରମ୍ଭ ହୋଇ ଯାଇଥିବାରୁ କୌଣସି ଲୋକ ଯେପରି ରକ୍ତ ସଂକଟର ସମ୍ମୁଖିନ ନ ହେବେ ସେଥିପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଏଥି ସହ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଏକ 5 ଜଣିଆ ଟିମ ପଚାରି ବୁଝିଥିଲେ । କରୋନା ରୋଗୀଙ୍କୁ ଦିଆଯାଉଥିବା ମେଡିସିନର ସମାପ୍ତି ତାରିଖ (expiry date), ଢେଙ୍କାନାଳ ମେଡିକାଲରେ ସିଟି ସ୍କାନର ବ୍ୟବସ୍ଥା ଆଦି ବିଷୟରେ ପଚାରି ବୁଝିବା ସହ କେତେକ ଦାବି ଜଣାଇଥିଲେ । ଯୁବମୋର୍ଚ୍ଚ ର ଏହି ପାଞ୍ଚଜଣିଆ ଟିମ ମଧ୍ୟରେ ସଭାପତି ମହାଦୀପ ଯଶୋବନ୍ତ ମହିମା, ଉପସଭପତି ସନ୍ତୋଷ ବେହେରା, ସାଧାରଣ ସମ୍ପାଦକ ରଞ୍ଜିତ ବିଶାଳ, ଆରଟିଆଇ ସେଲ ର ବିଭୁତି ଷେଣ୍ଢ, ରକ୍ତଦାନ ସେଲ ର କୋଡ଼ିନେଟର ମନୋଜ କୁମାର ବେହେରା ଙ୍କ ସମେତ ରାକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।