ଗୁମା ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଗୀତାଞ୍ଜଳୀ ଭୂୟାଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ଙ୍କ ମୃତ୍ୟୁ ପରେ , ଗୁମା ବ୍ଲକ ଉପାଧ୍ୟାକ୍ଷା ଗୀତାଞ୍ଜଳୀ ଭୂୟାଁ ବ୍ଲକ ଅଧ୍ୟକ୍ଷ ଭାବେ ଗଜପତି ଜିଲାପାଳ ଙ୍କ ଅନୁମୋଦନ କ୍ରମେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଦାୟିତ୍ୱ ପାଇବା ପରେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି କି , ଗୁମା ବ୍ଲକ ର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଅଗ୍ରାଧିକାର ଦିଆଯିବା ସହିତ ପ୍ରାଥମିକ ସ୍ତରରେ କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟତ ଦୃଷ୍ଟି ପ୍ରଦାନ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ , କଂଗ୍ରେସ ର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ପୌର ପରିଷଦ ପୂର୍ବତନ ଉପାଧ୍ୟକ୍ଷ ସଂଜୟ କୁମାର ଅଧିକାରୀ, ପୂର୍ବତନ ଗୁମା ବ୍ଲକ ଉପାଧ୍ୟକ୍ଷ ବେର୍ନିକ ଗମାଙ୍ଗ, ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ବ୍ଲକ ଉନ୍ନୟନ ଅଧିକାରୀ ନଟବର ଗରଡ଼, ଭାରପ୍ରାପ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହ ନାଥ ମିଶ୍ର, ଗୁମା ବ୍ଲକ ସମସ୍ତ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *