କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସ୍ତ୍ରୀ ର ମୁଣ୍ଡ କୁ ପଥରରେ ଛେଚି ସ୍ୱାମୀ ଗିରଫ . ଏପରି ଅଭାବନୀୟ ଘଟଣା ସମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ଥାନା ବାଡେନାଜୁ ଗ୍ରାମ ରୁ . ସୂଚନା ଅନୁସାରେ ବାଡ଼େନାଜୁ ଗ୍ରାମର ପ୍ରଭାସିନି ସାହୁ ୨୦୧୮ ମସିହାରେ କଳିଙ୍ଗା ଡିଏଭି ଗ୍ରାମର କେଶବ ଚନ୍ଦ୍ର ସାହୁ ବିବାହ କରିଥିଲେ । ବିବାହର କିଛି ଦିନ ସଂସାର ସୁରୁଖୁରରେ ଚାଲିଲା ପରେ କେଶବ ମଦ ପିଇ ପ୍ରଭାସିନିକୁ ପିଟାପିଟି କରିବାରୁ ପ୍ରଭାସିନି ତାଙ୍କ ବାପ ଘରକୁ ଚାଲି ଯାଇଥିଲେ । ଗତକାଲି କେଶବ ପ୍ରଭାସିନିଙ୍କ ଘରକୁ ଯାଇ ବୁଝାସୁଝା କରି ମଦ ପିଇବି ନାହିଁ କହିବାରୁ, ପ୍ରଭାସିନି କେଶବ ସହିତ ଶାଶୁ ଘରକୁ ଫେରିଥିଲେ । ହେଲେ ଶାଶୁ ଘରକୁ ସିର୍କୀ ଦେଇ ଯିବା ରାସ୍ତାରେ କେଶବ ପ୍ରଭାସିନିକୁ ବଣକୁ ଆମ୍ବ ତୋଳି ଯିବାକୁ କହିଥିଲେ । ପ୍ରଭାସିନୀ ନ ଯିବାରୁ କେଶବ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ପ୍ରଭାସିନୀର ମୁଣ୍ଡକୁ ଛେଚି ଦେଇଥିଲେ । ପ୍ରଭାସିନୀର ଏତଲାକୁ ଆଧାର କରି ଜି.ଉଦୟଗିରି ଥାନା କେସ୍ ନଂ ୩୯/୨୧ ଧାରା ୩୨୩,୪୯୮(ଏ),୩୦୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।