କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଆମ୍ବ ଗୋଟାଇବା ହେଲା କାଳ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ . ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ କସଂମୁଣ୍ଡା ଗ୍ରାମରେ । ସୂଚନାରୁ ପ୍ରକାଶ ଯେ , କସଂମୁଣ୍ଡା ଗ୍ରାମର ଘନଶ୍ୟାମ ନାଏକଙ୍କ ପତ୍ନୀ ମାଳତୀ ନାଏକ ଅପରାହ୍ନ ଦୁଇଟା ସମୟରେ ଆମ୍ବ ତୋଟାକୁ ଆମ୍ବ ସଂଗ୍ରହ କରିବା ପାଇଁ ଯାଇଥିଲେ . ସେହି ସମୟରେ ଆକସ୍ମିକ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ମଧ୍ୟ ହୋଇଥିଲା । ବର୍ଷା ହେବା ସମୟରେ ମାଳତୀ ନାଏକ ଏକ ଆମ୍ବଗଛ ମୂଳେ ଆଶ୍ରୟ ନେଇଥିଲେ , ତେବେ ବଜ୍ରପାତରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ମାଳତୀଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ .
ଆମ୍ବ ଗୋଟାଇବା ହେଲା କାଳ : ବଜ୍ରପାତରେ ଚାଲିଗଲା ଜୀବନ !!!

