ଆନ୍ତର୍ଜାତିକ ରେଡ଼କ୍ରସ ଦିବସରେ ରକ୍ତଦାନ କଲେ ଯୁବ ସମାଜସେବୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଆନ୍ତର୍ଜାତିକ ରେଡ଼କ୍ରସ ଦିବସ ତଥା ନୋବେଲ ଶାନ୍ତି ବିଜେତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିବସ ଅବସରରେ ମାନବୀୟ ସେଵାସଂସ୍ଥା କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର କଟକ ଶାଖା ପକ୍ଷରୁ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ର ସଂଗଠନ ସମ୍ପାଦକ ଯୁବ ସମାଜସେବୀ ସୁରଜ ବେହେରା, ଜାତୀୟ ଯୁବ ପ୍ରକଳ୍ପ କଟକ ଶାଖାର ସଂଯୋଜକ ପ୍ରକାଶ ଚନ୍ଦ୍ର ମହାପାତ୍ର ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ବର୍ଗ ଏବଂ ବିଭିନ୍ନ ସଂଗଠନ ଏହି କରୋନା ମହାମାରୀ ସମୟରେ ଶିବିରରେ କରୋନା କଟକଣା ପାଳନ ପୁର୍ବକ ଉପସ୍ଥିତ ରହି ରକ୍ତଦାନ କରି ସେଵା ଧର୍ମ ସେଵା କର୍ମ ନ୍ୟାୟକୁ ଚରିତାର୍ଥ କରିଛନ୍ତି । ସ୍ୱେଚ୍ଛାସେବୀ ମାନଙ୍କର ଏପରି ମହନୀୟ କାର୍ଯ୍ୟକୁ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତ୍ତା ଓ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି ।

Leave a Reply

Your email address will not be published. Required fields are marked *