ଗଜପତି ସୀମା ରେ ହାଇ ଆର୍ଲଟ : ଆନ୍ଧ୍ର ଭେରିୟାଣ୍ଟ କୁ ନେଇ ସତର୍କତା !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଆନ୍ଧ୍ର ସୀମାନ୍ତବର୍ତ୍ତି ଅଞ୍ଚଳରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜାରି କରାଯାଇଛି ହାଇ ଆଲର୍ଟ . ଆନ୍ଧ୍ର ରେ କରୋନାର ନୂଆ ଭେରିୟାଣ୍ଟ କୁ ନେଇ ଗଜପତି ଜିଲ୍ଲା ସୀମାନ୍ତରେ ବଢାଯାଇଛି ସୁରକ୍ଷା । ଗଜପତି ଜିଲ୍ଲା ପ୍ରଶାସନ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟାନ୍ୟ ଯାତାୟତକୁ ରୋକ ଲଗାଇଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ଅନୁପ୍ରବେଶ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ ।

କରୋନାର ଦ୍ୱିତୀୟ ଲହର ଗଜପତି ଜିଲ୍ଲା ପାଇଁ ଚିନ୍ତାର ଵିଷୟ ହୋଇଛି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୀମାନ୍ତ ଜିଲ୍ଲା ଗୁଡିକ ହାଇ ଆଲର୍ଟ ଜାରି କରାଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ କାଶୀ ନଗର ବ୍ଳକ, ଗୋଶାଣି ବ୍ଳକ, ରାୟଗଡ ବ୍ଳକ ସୀମାରେ ଲାଗି ରହିଥିବା ଆନ୍ଧ୍ର ସୀମାକୁ ସିଲ କରାଯିବା ସହ ହାଇ ଆଲର୍ଟ ଜାରି କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ .

ମୁଖ୍ୟତଃ ପାରଳାଖେମୁଣ୍ଡି ପୁରୁଣା ପାଟଣା, ସୀତା ସାଗର, ସେରି ସାହି ନାକା ପଏଣ୍ଟ ସମେତ ଗାରାବନ୍ଧ ଥାନାର ଲାବଣ୍ୟଗଡ଼, କାଶୀ ନଗର ଥାନାର ହାଡୁଭାଙ୍ଗି ନାକାରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଆନ୍ଧ୍ରରୁ ଆସୁଥିବା ଯାନବାହାନକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଆନ୍ଧ୍ରରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ପ୍ରବେଶ ପରେ ଥର୍ମାଲ ସ୍କ୍ରିନିଂ କରାଯାଇ ସଙ୍ଗରୋଧ ରେ ରହିବା ପାଇଁ ବାଧ୍ୟ କରାଯାଉଛି . ଏହି ସୀମାନ୍ତ ନାକା ପଏଣ୍ଟ ଗୁଡିକରେ କେବଳ ଜରୁରୀ ସେବା, ମାଲ ପରିବହନ ଓ ମେଡିକାଲ ସମ୍ବନ୍ଧୀୟ କାର୍ଯ୍ୟ ରେ ଯାତାୟାତ କରୁଥିବା ଲୋକଙ୍କୁ ବିଭିନ୍ନ ଯାଞ୍ଚ ପରେ ଯାତାୟାତ ପାଇଁ ଅନୁମତି ମିଳୁଛି ।

Leave a Reply

Your email address will not be published. Required fields are marked *