ଭୂମିହୀନଙ୍କ ପଟ୍ଟା ଜମିରେ ଆଦର୍ଶ ପୋଖରୀ କାର୍ଯ୍ୟ କୁ ନେଇ ବଢୁଛି ସମସ୍ୟା ।

0
203

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବ୍ୟକ୍ତିଗତ ମାଲିକାନାରେ ଥିବା ଜାଗା ଉପରେ ସର୍ବସାଧାରଣ ପୋଖରୀ ଖୋଳା କୁ ନେଇ ଦେଖା ଦେଇଛି ବିବାଦ . କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କାଉପଡା ପଞ୍ଚାୟତ ନାଥସାହି ଗ୍ରାମ ରେ ସାମନାକୁ ଆସିଛି ଏପରି ଘଟଣା । ସୂଚନା ଅନୁସାରେ 1998 ମସିହାରେ ସରକାରଙ୍କ ପକ୍ଷରୁ ଭୂମିହୀନ ଭାବେ ଚିହ୍ନଟ କରାଯାଇ ଭ୍ରମରବରଙ୍କୁ 4 ଡିସମିଲ ଜାଗାର ପଟ୍ଟା ଦିଆଯାଇଥିଲା । ହେଲେ ସେହି ସ୍ଥାନରେ ଭ୍ରମରବରଙ୍କୁ ତାଙ୍କ ଜାଗା ଚିହ୍ନଟ ନକରି ପଞ୍ଚାୟତ ପକ୍ଷରୁ ମୋ ପୋଖରୀ କାର୍ଯ୍ୟ ଜୋର ଜବରଦସ୍ତ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ଭ୍ରମରବର ଓ ତାଙ୍କ ପରିବାର । ଅନ୍ୟ ପକ୍ଷରେ ତାଙ୍କୁ ଆବାସ ଯୋଜନା ଘର ମିଳିବା ପରେ ସେହି ପ୍ଲଟ ଉପରେ ଘର କରିଛନ୍ତି ଭ୍ରମରବର । ତେବେ ଗ୍ରାମର କିଛି କୁଚକ୍ରି ଲୋକ ମାନଙ୍କ ଦ୍ୱାରା ଘର ଭାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ କୁନ୍ତଳା ନାଥ । ଏ ନେଇ ଆମେ ବ୍ଲକ ଅଧିକାରୀଙ୍କ ପତିକ୍ରିୟା ଲୋଢ଼ିଥିଲୁ ହେଲେ କରୋନା ଆଳ ଦେଖାଇ ସିଧା ସିଧା ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ଆମ କ୍ୟାମେରା ସମ୍ମୁଖରେ କୋୖଣସି ପ୍ରତିକ୍ରିୟା ରଖିବାକୁ ଅନିଛା ପ୍ରକାଶ କରିଥିଲେ । ତେବେ ରାଜସ୍ୱ ବିଭାଗ ଦ୍ୱାରା ଜମିର ପଟ୍ଟା ପାଇଥିବା ଭ୍ରମରଙ୍କ ଜାଗାକୁ ଏପରି ହଡପ ପାଇଁ ଉଦ୍ୟମ ସିଧା ସିଧା ଜିଲ୍ଲା ପ୍ରଶାସନର ବିଧି ବ୍ୟବସ୍ଥାକୁ ଉଲ୍ଲଙ୍ଘନ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here