ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡ଼ା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଗ୍ରାମରେ ଡ୍ରେନ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚାଲୁ ରହିଥିବା ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ପାଟିକୋଟା ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଶାସନ ନିକଟରେ ଗୁହାରି କରିଥିଲେ । ଗ୍ରାମରେ ଥିବା ପଲ୍ଲୀସଭା ମଣ୍ଡପ ପଛପଟ ସାହିର ଡ୍ରେନେଜ୍ ବ୍ୟବସ୍ଥା ଅତ୍ୟନ୍ତ କ୍ଷତିଗ୍ରସ୍ତ ଓ ଅବୋରଧ ଅବସ୍ଥାରେ ରହିଅଛି । ଫଳରେ ରାସ୍ତାରେ ମଇଳା ପାଣି ପ୍ରବାହିତ ହେବା ସହ ଦୁର୍ଗନ୍ଧ ହେଉଅଛି , ଯାହାକି ଗ୍ରାମରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଫଳରେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ରହିଅଛି । ଗ୍ରାମର ପିଲା ଓ ବୃଦ୍ଧ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଅଛନ୍ତି | ବର୍ଷା ହେଲେ ଏଠାରେ ପାଣି ଜମି ରହୁଥିବାରୁ ଏହା ସହ ଗ୍ରାମର ଅନ୍ୟ ଏକ ଡ୍ରେନ୍ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ତଟରେ ନିର୍ମାଣ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ଡ୍ରେନ୍ ନିର୍ମାଣ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ !!!

