ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାପାଳ ଡ଼.ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ତ୍ରୈମାସିକ ବ୍ୟାଙ୍କର୍ସ କମିଟି ପରାମର୍ଶ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସମସ୍ତ ବ୍ୟାଙ୍କର୍ସ ମାନଙ୍କୁ ସ୍ୱାଗତ ଜଣାଇବା ସହ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସଠିକ ଭାବରେ ଋଣ ଯୋଗାଇ ଦେବା ସହ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଡକ୍ୟୁମେଷ୍ଟେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ବଳରାମ ଯୋଜନା ରେ ଋଣ ଯୋଗାଇ ଦେବାରେ ତତ୍ପର ହେବାପାଇଁ ବ୍ୟାଙ୍କର୍ସ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କର ଅନ୍ୟାନ୍ୟ ଯୋଜନାରେ ହିତାଧିକାରୀ ମାନଙ୍କୁ ଋଣ ଯୋଗାଇ ଦେବା ରେ ସହଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମଣୀ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହେବା ସହ ତାଲିମ ପ୍ରାପ୍ତ ବିଭିନ୍ନ ହିତାଧିକାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ଙ୍କ ସମେତ ଅଗ୍ରଣୀ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଚନ୍ଦ୍ରମୋହନ ମୁର୍ମୁ , ରିଜର୍ଭ ବ୍ୟାଙ୍କ ଏଇ.ଡି.ଓ ତାରିଣୀ ଚରଣ ପାଇକ , ନାବାର୍ଡ ବ୍ୟାଙ୍କ ସହାୟକ ପ୍ରବନ୍ଧକ ଜୟନ୍ତ କୁମାର ସାହୁ , ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମଣୀ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ଏବଂ ସମସ୍ତ ବ୍ୟାଙ୍କ ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।