ଖବରକୁ ଗୁରୁତ୍ୱ ଦେଉନାହାଁନ୍ତି ସରକାର : ଲୋକଙ୍କର ଭରସା ରହିବ କିପରି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଯୋଗାଣ ବିଭାଗର ଯୋଗାଣ ଅଧିକାରୀ ପଦବୀ ଏକ ବର୍ଷ ହେଲାଣି ପୂର୍ତ୍ତି ହୋଇ ପାରୁନାହିଁ । ବିଭାଗର ରେ ବିଭାଗୀୟ ଅଧିକାରୀ ନରହିଲେ ବିଭାଗ ର କାମ କିପରି ଚାଲୁଥିବ ତାହା ସହଜରେ ଅନୁମେୟ ! ଏହାର ଦାୟିତ୍ଵ ଉପ ଜିଲ୍ଲାପାଳ ତୁଲାଉଛନ୍ତି । ଯୋଗାଣ ଅଧିକାରୀ ପଦବୀ ପୁରଣ ସକାଶେ ବିଭିନ୍ନ ଖବରକାଗଜ ରେ ପ୍ରକାଶିତ ହେଲା , କିନ୍ତୁ ଫଳ ଶୂନ । ଲୋକେ ଗଣମାଧ୍ୟମ ଉପରେ ଆସ୍ଥା ବିଶ୍ୱାସ ରଖନ୍ତି , ଯଦି ଖବରକାଗଜ ରେ ପ୍ରକାଶିତ ଖବରକୁ ଯଦି ସରକାର ଗୁରୁତ୍ୱ ନନିଅନ୍ତି , ତେବେ ଲୋକେ ଗୁହାରି କରିବେ କାହାକୁ । ଗଣତନ୍ତ୍ର ଶାସନରେ ଏପରି ଅବସ୍ଥା ସୁସ୍ଥ ସମାଜରେ ଶୋଭନୀୟ ନୁହେଁ ବୋଲି ମତପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *