ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଲକ୍‌ଡାଉନ ନିୟମ କଡ଼ାକଡ଼ି : ଅମାନିଆଙ୍କୁ ସାବାଡ଼ କରୁଛି ଜିଲ୍ଲା ପ୍ରଶାସନ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରା ଦେଶକୁ । ରାଜ୍ୟରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କଲାଣି ସାରା ରାଜ୍ୟରେ । ସଂକ୍ରମଣରେ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ଲକ୍‌ଡାଉନ୍‌ , ସପ୍ତାହାନ୍ତ ସଟ ଡାଉନ , ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ କରିଛନ୍ତି । ସପ୍ତାହନ୍ତ ସଟ ଡାଉନ୍‌ ପରେ ଆଜି ବଜାର ଖୋଲିଛି । ଦୁଇ ଦିନ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଲୋକେ ସଉଦା କରିବା ପାଇଁ ବିଭିନ୍ନ ଦୋକାନରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ମାସ୍କ ଓ ସାମାଜିକ ଦୂରତାକୁ ନିୟମ ମଧ୍ୟ କଡ଼ାକଡ଼ି କରାଯାଇଛି । ସହର ସାରା ପୋଲିସ୍‌ ପଇଁତରା ମାରୁଥିବା ବେଳେ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ମୋଟର ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ ଯୋରଦାର କରାଯାଇଛି । ଅନ୍ୟପଟେ ଅମାନିଆ ଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ଫାଇନ୍‌ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ଯେତିକି ଫାଇନ୍‌ କଟାଯାଉଛି ଆଗାମୀ ସମୟରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସେମାନଙ୍କ ନିକଟରୁ ଦୁଇ ଗୁଣ ଫାଇନ୍‌ ଆଦାୟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର । ଅନ୍ୟ ପଟେ ଯେଉଁ କର୍ମଚାରୀ ମାନେ ମୋଟର ସାଇକେଲରେ ଯାତାୟାତ କରୁଛନ୍ତି ସେମାନଙ୍କ ପରିଚୟ ପତ୍ରକୁ ଯାଞ୍ଚ କରାଯିବା ସହ ଜାଲି ପରିଚୟ ପତ୍ର ଧରି ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିବା ବିଷୟ ତହସିଲଦାର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *